ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟରେ ଜାରି ରହିବ ଘନ କୁହୁଡ଼ି। ମୋଟ୍‌ ୧୧ଟି ଜିଲ୍ଲାରେ କୁହୁଡ଼ିର ପ୍ରଭାବ ଅଧିକ ରହିବ। ଏନେଇ ସତର୍କ ସୂଚନା ଜାରି କରିଛନ୍ତି ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗର ଡ୍ୟୁଟି ଅଫିସର ଚରଣ ବେହେରା।

ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଭଦ୍ରକ, କଳାହାଣ୍ଡି, ସୋନପୁର ଏବଂ କୋରାପୁଟ ଆଦି ୧୧ଟା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।

ଆଗକୁ ଶୀତର ପ୍ରଭାବ ବଢ଼ିବ ନାହିଁ। ରାତିର ତାପମାତ୍ରା ଆସ୍ତେ ଆସ୍ତେ ବଢ଼ିବ। ଥଣ୍ଡାର ପ୍ରଭାବ କମିବ।

ଅନ୍ୟପଟେ କୁହୁଡ଼ିର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଜି ଘନ କୁହୁଡ଼ିର ଆସ୍ତରଣରେ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ଲୁଚି ଯାଇଥିଲା।

Comment