ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ଭୟା ଦୋଷୀଙ୍କୁ କ୍ଷମା ଦେବାକୁ ପରାମର୍ଶ ଦେଇଥିବା ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହଙ୍କ ଉପରେ ବର୍ଷିଛନ୍ତି ନିର୍ଭୟାଙ୍କ ମା‘।

‘‘ସାରାଦେଶ ଦୋଷୀଙ୍କ ଫାଶୀକୁ ଅପେକ୍ଷା କରିଛି। ଇନ୍ଦିରା କିଏ ମତେ ଏଭଳି ପରାମର୍ଶ ଦେବାକୁ। ତାଙ୍କ ଭଳି କେତେକ ଲୋକଙ୍କ ପାଇଁ ପୀଡ଼ିତାଙ୍କୁ ନ୍ୟାୟ ମିଳିପାରୁ ନାହିଁ’’, କହିଛନ୍ତି ନିର୍ଭୟାଙ୍କ ମା’।

ସେ ଆହୁରି ମଧ୍ୟ କହିଛନ୍ତି ଅତୀତରେ ଇନ୍ଦିରାଙ୍କୁ ମୁଁ ବହୁବାର ଭେଟିଛି, ମୁଁ କେମିତି ଅଛି ସେ ପଚାରି ନାହାନ୍ତି। ଦୁଷ୍କର୍ମକାରୀଙ୍କୁ ସମର୍ଥନ କରି ରୋଜଗାର କରି ବଞ୍ଚି ଆସୁଛନ୍ତି।’’

ଦୋଷୀଙ୍କୁ କ୍ଷମା କରିଦେବାକୁ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ନିର୍ଭୟାଙ୍କ ମା’ଙ୍କୁ ପରାମର୍ଶ ଦେଇଥିଲେ। ଟୁଇଟର ଜରିଆରେ ସେ ଏହି ପରାମର୍ଶ ଦେଇଥିଲେ।

Comment