ଓଡ଼ିଶାଲାଇଭ୍ ବ୍ୟୁରୋ

ଜଷ୍ଟିସ୍ ସି ଆର ପାଲ କମିସନ ରିପୋର୍ଟକୁ ବିଧାନସଭା ଗୃହରେ ଉପସ୍ଥାପନ କରାଯାଉ ଓ ଏହାକୁ ସର୍ବସାଧାରଣରେ ପ୍ରକାଶ କରାଯିବା ଦାବିରେ କଟକର ଜଣେ ଆଇନଜୀବି ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

ପାଲ କମିଶନଙ୍କୁ  ୨୦୦୮ ମସିହା ମାର୍ଚ୍ଚ ୧୧ ତାରିଖରେ ନିଯୁକ୍ତ କରାଯାଇଥିଲା। କଟକରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ଦପ୍ତର ବ୍ୟତୀତ ରାଜ୍ୟର ଅନ୍ୟ କେଉଁ ସହରରେ ଶାଖା କୋର୍ଟ ପ୍ରତିଷ୍ଠା କରାଯିବ ସେ ନେଇ କମିସନ ବସାଯାଇଥିଲା। କମିସନ ୬ ବର୍ଷ ତଳେ ଅର୍ଥାତ ୨୦୧୪ ମାର୍ଚ୍ଚ ୩୧ ତାରିଖରେ ତାଙ୍କର ରିପୋର୍ଟ ଦାଖଲ କରିଥିଲେ, କିନ୍ତୁ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ସେହି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପିତ କରିନାହାନ୍ତି।

ଆଡଭୋକେଟ ଶିଵଶଙ୍କର ମହାନ୍ତି ତାଙ୍କ ଆବେଦନରେ କହିଛନ୍ତି ଯେ ପ୍ରାୟ ଦେଢ଼ କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ଏହି ରିପୋର୍ଟକୁ ସରକାର ଜାଣିଶୁଣି ପ୍ରକାଶ କରୁନାହାନ୍ତି। ୧୯୫୨ କମିସନ ଅଫ ଏନକ୍ୱାଇରି ଆକ୍ଟ ଅନୁସାରେ ରିପୋର୍ଟ ଦାଖଲର ୬ ମାସ ମଧ୍ୟରେ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହେବା କଥା, ଯାହାକି ଏ ପର୍ଯ୍ୟନ୍ତ ହୋଇପାରିନାହିଁ।

Comment