ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ। ୯୯.୯ ସ୍କୋର କରି ଓଡ଼ିଶା ଟପ୍ପର ହେଲେ ସୌରଭ ସୌମ୍ୟକାନ୍ତ। ସେହିପରି ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସ୍ଥିତିପ୍ରଜ୍ଞା ସାହୁ। ୯୯.୮ ମାର୍କ ରଖି ସ୍ଥିତିପ୍ରଜ୍ଞା ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ଏହି ପରୀକ୍ଷା ଫଳ ଘୋଷଣା ହୋଇଛି।

ସର୍ବ ଭାରତୀୟ ସ୍ତରରେ ଏଥର ୯ ଜଣ ଛାତ୍ର ୧୦୦ ପ୍ରତିଶତ ନମ୍ବର ରଖିଛନ୍ତି।

ଡିସେମ୍ବର ୭ ଓ ୯ ତାରିଖରେ ଦେଶ ଓ ବିଦେଶରେ ମୋଟ୍‌ ୨୩୩ଟି ସହରରେ ଏନ୍‌ଟିଏ ପକ୍ଷରୁ ଜେଇଇ ମେନ୍‌ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ୫୭୦ ପରୀକ୍ଷା କେନ୍ଦ୍ରରେ ମୋଟ ୮ ଲକ୍ଷ ୬୯ ହଜାର ୧୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

Comment