ଓଡ଼ିଶାଲାଇଭ୍ ବ୍ୟୁରୋ

ଏୟାରଟେଲ୍ ତା’ର ଗ୍ରାହକମାନଙ୍କ ପାଇଁ ଏକ ନୂଆ ଓ ଦମଦାର ଅଫର୍ ଆଣିଛି। ଏହି ଅଫରରେ ଗ୍ରାହକମାନେ ୧୭୯ ଟଙ୍କା ରିଚାର୍ଜ କରି ୨ ଲକ୍ଷ ଟଙ୍କାର ଲାଇଫ୍ ଇନ୍ସ୍ୟୁରାନ୍ସ ପାଇପାରିବେ।

ରବିବାର ଭାରତୀ ଏୟାରଟେଲ୍ ଏହି ନୂଆ ରିଚାର୍ଜ ପ୍ଲାନ୍ ଆରମ୍ଭ କରିଛି। ଏହି ରିଚାର୍ଜ ପ୍ଲାନରେ ଗ୍ରାହକମାନେ ୧୭୯ ଟଙ୍କା ରିଚାର୍ଜ କରି ୨୮ ଦିନ ପର୍ଯ୍ୟନ୍ତ ଅନଲିମିଟେଡ୍ କଲ୍ କରିପାରିବା ସହ ଦିନକୁ ୨ଜିବି ଡାଟା ପାଇପାରିବେ। ଏଥିସହିତ ଗ୍ରାହକଙ୍କୁ ୩ଶହ ଏସ୍ଏମ୍ଏସ୍ କରିପାର ମଧ୍ୟ ସୁଯୋଗ ମିଳିବ। ଲୋକମାନେ ଏହି ରିଚାର୍ଜ ପ୍ଲାନ କରିବା ସହ ୨ଲକ୍ଷ ଟଙ୍କାର ଲାଇଫ୍ ଇନ୍ସ୍ୟୁରାନ୍ସ ମଧ୍ୟ ପାଇପାରିବେ।

୧୮ ବର୍ଷରୁ ୫୪ ବର୍ଷ ବୟସ୍କ ଲୋକମାନେ ଏହି ଇନ୍ସ୍ୟୁରାନ୍ସରେ ସାମିଲ ହୋଇପାରିବେ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏହି ଇନ୍ସ୍ୟୁରାନ୍ସ ସମ୍ପୂର୍ଣ୍ଣ ଅନଲାଇନ୍ ଜରିଆରେ ହୋଇଯିବ। ଏହାର ଅଫଲାଇନ୍ କପି ମଧ୍ୟ ଜଣେ ଗ୍ରାହକ ପାଇପାରିବେ ବୋଲି କୁହାଯାଇଛି।

Comment