ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନେତ୍ରୀ ଜାହ୍ନବୀ କପୁର ସବୁବେଳେ ନିଜର ନିଆରା ଲୁକ୍‌ ପାଇଁ ଚର୍ଚ୍ଚାରେ ଥାଆନ୍ତି। ସେ ଓ୍ୱର୍କ ଆଉଟ୍‌ ଲୁକ୍‌ ହେଉ ବା ରେଡ କାର୍ପେଟ ଲୁକ୍‌ ହେଉ। ସବୁଥିରେ ଜାହ୍ନବୀଙ୍କ ଲୁକ୍‌ ଚର୍ଚ୍ଚାରେ ଥାଏ। ସେ ଯେଉଁ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି ତାହା ଆଖି ପିଛୁଳାକେ ଭାଇରାଲ ହୋଇଥାଏ।

ନିକଟରେ ପୁଣିଥରେ ଜାହ୍ନବୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ସେ ସଂପୂର୍ଣ୍ଣ ପାରମ୍ପରିକ ବେଶରେ ପିଙ୍କ୍‌ କଲର୍‌ ଶାଢ଼ିରେ ନଜର ଆସିଛନ୍ତି।  ଜାହ୍ନବୀ ଶାଢ଼ି ପିନ୍ଧି ଭିନ୍ନ ଭିନ୍ନ ପୋଜରେ ଫଟୋ ଅପଲୋଡ କରିଛନ୍ତି।

ଯଦି ଜାହ୍ନବୀଙ୍କ କାମ କଥା କୁହାଯାଏ ତେବେ ସେ ଆଗାମୀ ଦିନରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ସହ ‘ଦୋସ୍ତାନାରେ ୨’ରେ ନଜର ଆସିବେ। ସେହିପରି ତାଙ୍କର ଆଉ ଏକ ଫିଲ୍ମ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମ ହେଉଛି କାର୍ଗିଲ ଗାର୍ଲ।

Comment