ଓଡ଼ିଶାଲାଇଭ୍ ବ୍ୟୁରୋ

Lokaseva Bhawanଜାନୁଆରି ୩୧ ତାରିଖରେ ଲୋକସେବା ଭବନରେ ଆୟୋଜିତ ହେବ ପୂର୍ବାଞ୍ଚଳ ପରିଷଦର ବୈଠକ। ଏହି ବୈଠକରେ ଯୋଗଦେବା ପାଇଁ ଭୁବନେଶ୍ୱରରେ ଏକାଠି ହେବେ ପୂର୍ବାଞ୍ଚଳ ରାଜ୍ୟର ୫ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପୂର୍ବାଞ୍ଚଳ ପରିଷଦର ଏହା ୨୪ ତମ ସଂସ୍କରଣ ହୋଇଥିବାବେଳେ ଏଥର ଓଡ଼ିଶାରେ ଏହାର ବୈଠକ ଆୟୋଜନ ହେଉଛି।

ଏହି ବୈଠକ ପାଇଁ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଯାଇଛି। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଯୋଗଦେବେ ବୋଲି ମଧ୍ୟ କୁହାଯାଉଛି, କିନ୍ତୁ ଏନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ।

Comment