ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ବନ୍ଦ ରହିଛି ସାଇବାବାଙ୍କ ପୀଠ ମହାରାଷ୍ଟ୍ରର ଶିରିଡ଼ି। କେବଳ ମନ୍ଦିରକୁ ଛାଡ଼ି ଦେଲେ ସ୍ଥାନୀୟ ଦୋକାନ, ବଜାର, ହୋଟେଲ, ଆଶ୍ରମ ସବୁ ବନ୍ଦ ରହିଛି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦେଇଛି ସାଇବାବା ସଂସ୍ଥାନ ଟ୍ରଷ୍ଟ।

ଶିରିଡ଼ି ସାଇ ବାବାଙ୍କ ଜନ୍ମଭୂମିକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦେଇଥିବା ମନ୍ତବ୍ୟକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି।

ଶିରିଡ଼ି ସାଇ ବାବାଙ୍କ ଜନ୍ମସ୍ଥାନ ନୁହେଁ ବରଂ ପରଭଣିର ପାଥରୀ ହିଁ ବାବାଙ୍କ ଜନ୍ମସ୍ଥାନ ବୋଲି ଠାକରେ କହିଥିଲେ। ପାଥରୀର ବିକାଶ ପାଇଁ  ଠାକରେ ୧୦୦ କୋଟି ଟଙ୍କାର ପ୍ୟାକେଜ ମଧ୍ୟ ଘୋଷଣା କରିଥିଲେ।

Comment