ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୀତଦିନେ ସାଧାରଣତଃ ସମସ୍ତଙ୍କ ତ୍ୱଚା ଶୁଷ୍କ ହୋଇଥାଏ। ଏଥିପାଇଁ କିଏ କେତେ ପ୍ରକାର ଉପାୟ ଆପଣେଇ ଥାଆନ୍ତି। ଆପଣ ଯଦି ସଠିକ ଉପାୟରେ ତ୍ୱଚାର ଯତ୍ନ ନେବାକୁ ଚାହୁଁଛନ୍ତି ତେବେ ନିଶ୍ଚୟ କିଛି ଉପାୟ ଆପଣେଇ ପାରିବେ।

ଶୀତଦିନେ ସାବୁନ ଲଗାଇବା କମ୍‌ କରନ୍ତୁ। ସାବୁନ ଲଗାଇବା ଦ୍ୱାରା ତ୍ୱଚା ଅଧିକ ଶୁଷ୍କ ହୋଇଥାଏ। ଯଦି ତ୍ୱଚା ଶୁଷ୍କ ହୋଇଥାଏ ତେବେ ଆଦୌ ସ୍କ୍ରବ କରନ୍ତୁ ନାହିଁ।

ତ୍ୱଚାକୁ ନରମ ଓ ମସୃଣ ରଖିବାକୁ ଦହି ବ୍ୟବହାର କରିପାରନ୍ତି। ଦହି ଓ ଚିନିର ମିଶ୍ରଣ ପ୍ରସ୍ତୁତ କରି ମୁହଁରେ ଲଗାଇ ପାରିବେ।

ପ୍ରତିଦିନ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ। ଗାଧୋଇବାର ୧ଘଣ୍ଟା ପୂର୍ବରୁ ଦେହରେ ତେଲ ମାଲସ କରନ୍ତୁ। 

Comment