ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚତୁର୍ଥ ଦିନରେ ସେସୁ ୧୧୫୨ ବିଜୁଳି ସଂଯୋଗ କାଟିଥିବା ବେଳେ ୩ କୋଟି ୬୨ ଲକ୍ଷ ବକେୟା ବିଲ୍‌ ଆଦାୟ କରିଛି।

୧୫ ତାରିଖରେ ଡେଡ୍‌ଲାଇନ୍‌ ଶେଷ ହେବା ପରେ ୧୬ ତାରିଖରୁ ବିଦ୍ୟୁତ୍‌ କାଟ୍‌ ଅଭିଯାନ ଆରମ୍ଭ କରିଛି ସେସୁ। ପ୍ରଥମ ଦିନରେ ୮୦୦ ବିଦ୍ୟୁତ୍‌ ସଂଯୋଗ କାଟିଥିବା ବେଳେ ଚତୁର୍ଥ ଦିନରେ ୧୧୫୨ ବିଜୁଳି ସଂଯୋଗକୁ କାଟି ଦିଆଯାଇଛି।

ଏହାସହ ୩ କୋଟି ୬୨ ଲକ୍ଷ ବକେୟା ବିଲ୍‌ ଆଦାୟ କରିଛଇ ସେସୁ। ଆଜି ବକେୟା ରାଶି ଆଦାୟ କରିବା ପାଇଁ ୪୭୮ଟି ସ୍ୱତନ୍ତ୍ର ସ୍କ୍ୱାଡ ୨୪୭ ସେକ୍ସନରେ ୮ ହଜାର ୮୮୦ ବାଣିଜତ୍ୟକ ପ୍ରତିଷ୍ଠାନରେ ଚଢ଼ାଉ କରିଥିଲା। ରବିବାର ସୁଦ୍ଧା ମୋଟ୍‌ ୪୦ ହଜାର ୪୦୭ ଟି ବାଣିଜ୍ୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ କରିଛି ସେସୁ।

୧୫ ତାରିଖ ସୁଦ୍ଧା ବକେୟା ବିଦ୍ୟୁତ ବିଲ୍‌ ପଇଠ କରିବାକୁ ସେସୁ ପକ୍ଷରୁ କୁହାଯାଇଥିଲା। ନହେଲେ ୧୬ ତାରିଖରୁ ବିଜୁଳି କାଟ୍‌ ହେବ ବୋଲି ସେସୁ ସିଇଓ ଅରୁଣ ବୋଥ୍ରା ଚରମବାଣୀ ଶୁଣାଇଥିଲେ। ୧୫ ତାରିଖ ଭିତରେ କିଛି ଉପଭୋକ୍ତା ସେମାନଙ୍କୁ ବକେୟା ବିଲ୍‌ ପଇଠ କରିଥିଲେ।

ସେସୁ ୪ ଦିନରେ ମୋଟ୍‌ ୧୯ କୋଟି ୫୪ ଲକ୍ଷ ବକେୟା ରାଶି ଆଦାୟ କରିଥିବା ବେଳେ ୬ ହଜାର ୨୭୫ଟି ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯାଇଛି।

Comment