ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରୁ ସୁରତକୁ ଉଡ଼ିଲା ବିମାନ। ଆଜି ସକାଳ ୮ଟା ୪୦ରେ ଭୁବନେଶ୍ଵରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏୟାର ଇଣ୍ଡିଆ ବିମାନ ୮୧ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା ଆରମ୍ଭ କରିଛି। ଏହି ବିମାନ ୧୦ଟା ୪୦ରେ ସୁରତରେ ପହଞ୍ଚିବ।

ଭୁବନେଶ୍ୱରରୁ ସୁରତ ରୁଟ୍‌ରେ ସପ୍ତାହରେ ୪ ଦିନ ବିମାନ ଚଳାଚଳ କରିବ। ପ୍ରତି ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ବିମାନ ଉଡ଼ାଣ କରି ସୁରତ ଯିବ। ସେହିପରି ପ୍ରତି ଶୁକ୍ରବାର ଓ ରବିବାର ସୁରତରୁ ଭୁବନେଶ୍ୱର ଆସିବ।

ପ୍ରତି ସୋମବାର ଓ ଗୁରୁବାର ସକାଳ ୮ଟା ୪୦ରୁ ବିମାନ ଉଡ଼ାଣ କରି ୧୦ଟା ୪୦ରେ ସୁରତ ବିମାନବନ୍ଦରରେ ପହଞ୍ଚିବ। ସେହିଭଳି ସୁରତରୁ ପ୍ରତି ଶୁକ୍ରବାର ଓ ରବିବାର ସକାଳ ୮ଟା ୩୦ରୁ ଉଡ଼ାଣ ଭରିବ ଓ ୧୦ଟାରେ ଭୁବନେଶ୍ୱରରେ ପହଞ୍ଚିବ।

ଭୁବନେଶ୍ଵରରୁ ସୁରତକୁ ବିମାନସେବା ଲାଗି ଗତ ଅକ୍ଟୋବର ମାସରେ ଘୋଷଣା ହୋଇଥିଲା।

Comment