ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖାରଜ ହେଲା ନିର୍ଭୟା ଦୋଷୀ ପବନ ଗୁପ୍ତାର ସ୍ପେଶାଲ ଲିଭ୍‌ ପିଟିସନ୍‌(ଏସ୍‌ଏଲ୍‌ପି)। ଏହି ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମ୍‌ କୋର୍ଟ। ଘଟଣା ସମୟରେ ନାବାଳକ ଥିବା ଦର୍ଶାଇ ଏହି ପିଟିସନ ଆବେଦନ କରିଥିଲା ପବନ।

ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ପବନର ଏହି ପିଟିସନକୁ ଖାରଜ କରିଥିଲେ। ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ତ ହୋଇଛି ପବନ। କୋର୍ଟ ଆଜି ଏହି ପିଟିସନର ରାୟ ଶୁଣାଇଛନ୍ତି। ପିଟିସନ ଖାରଜ ପରେ ଦୋଷୀଙ୍କ ଫାଶୀ ସମ୍ଭାବନା ବଢ଼ିଯାଇଛି।

ନିର୍ଭୟାକାଣ୍ଡର ସମସ୍ତ ଦୋଷୀଙ୍କ ଫାଶୀ ତାରିଖ ଘୋଷଣା ହୋଇ ସାରିଛି। ପୂର୍ବରୁ ଫାଶୀ ତାରିଖ ଜାନୁଆରି ୨୨ ତାରିଖ ଘୋଷଣା କରାଯାଇଥିଲା। ପରେ ପୁନଃ ଡେଥ୍‌ ଓ୍ଵାରେଣ୍ଟ ଜାରି କରାଯାଇଥିଲା। ନୂଆ ତାରିଖ ଅନୁସାରେ ସମସ୍ତ ଦୋଷୀଙ୍କୁ ଫେବ୍ରୁଆରି ୧ ତାରିଖରେ ଫାଶୀ ଦିଆଯିବ।

Comment