ଓଡ଼ିଶାଲାଇଭ୍‌ ବ୍ୟୁରୋ

OSSCରେ ପୋଲିସ ସବ୍‌-ଇନ୍ସପେକ୍ଟର ଓ ଅଗ୍ନିଶମ ବିଭାଗର ଷ୍ଟେସନ୍ ଅଫିସର ପଦବୀରେ ନିଯୁକ୍ତି ପାଇଁ ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିସନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସମସ୍ତ ନିଯୁକ୍ତି ଚୁକ୍ତିଭିତ୍ତିକ ରହିବ ବୋଲି ଓଏସ୍‌ଏସ୍‌ସି ପକ୍ଷରୁ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ପଦବୀ ଏବଂ ସଂରକ୍ଷଣ

ପୋଲିସ ସବ୍‌-ଇନ୍ସପେକ୍ଟର – ୪୭ଟି

  • ଏସ୍‌ସି – ୮ଟି ପଦବୀ (ମହିଳା ୩ଟି)
  • ଏସ୍‌ଟି – ୧୧ ଟି ପଦବୀ (ମହିଳା ୪ଟି)
  • ଏସ୍‌ଇବିସି – ୫ ଟି ପଦବୀ (ମହିଳା ୨ଟି)
  • ଅସଂରକ୍ଷିତ – ୨୩ ଟି ପଦବୀ (ମହିଳା ୭ ଟି)
  • ଏକ୍ସ ସର୍ଭିସମେନ୍ – ଗୋଟିଏ ପଦବୀ

ଅଗ୍ନିଶମ ଷ୍ଟେସନ ଅଫିସର – ୧୩ଟି

  • ଏସ୍‌ସି – ୨ଟି ପଦବୀ
  • ଏସ୍‌ଟି – ୪ ଟି ପଦବୀ
  • ଅସଂରକ୍ଷିତ – ୭ ଟି ପଦବୀ

ଷ୍ଟେସନ ଅଫିସର ପଦବୀ ପାଇଁ ମହିଳା ଏବଂ ଭିନ୍ନକ୍ଷମ ପ୍ରାର୍ଥୀମାନେ ଆବେଦନ କରିପାରିବେ ନାହିଁ।

ବୟସ

ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୦୧୯ ମସିହା ଜାନୁଆରୀ ୧ ତାରିଖ ସୁଦ୍ଧା ୨୧ ବର୍ଷରୁ କମ ଓ ୨୫ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ। ଏସ୍‌ସି, ଏସ୍‌ଟି, ଏସ୍‌ଇବିସି, ମହିଳା ଓ ଏକ୍ସ ସର୍ଭିସମେନ୍ ପ୍ରାର୍ଥୀଙ୍କ ପାଇଁ ବୟସସୀମା ୫ ବର୍ଷ କୋହଳ ବ୍ୟବସ୍ଥା ରହିଛି।

ଶିକ୍ଷାଗତ ଯୋଗ୍ୟତା

  • ପୋଲିସ ସବ୍‌-ଇନ୍ସପେକ୍ଟର – ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍ ପାସ କରିଥିବା ଦରକାର।
  • ଷ୍ଟେସନ ଅଫିସ – ସାଇନ୍ସ କିମ୍ବା ଇଞ୍ଜିନିୟରିଂରେ ଗ୍ରାଜୁଏସନ ପାସ୍‌ କରିଥିବା ଦରକାର।

ଦଶମ କିମ୍ବା ମାଇନର ସ୍କୁଲ୍‌ରେ ଓଡ଼ିଆ ବିଷୟ ପାଠ ପଢ଼ିଥିବା ଆବଶ୍ୟକ। ଯେଉଁମାନେ ଓଡିଆ ବିଷୟରେ ହାୟର ସେକେଣ୍ଡାରୀ ପାସ କରିନଥିବେ, ସେମାନଙ୍କୁ ଓଡ଼ିଆରେ ଏମ୍‌.ଇ ପାସ କରିଥିବାର ସାର୍ଟିଫିକେଟ ଦାଖଲ କରିବାକୁ ପଡ଼ିବ।

ଆବେଦନ ଶୁଳ୍କ

ଏହି ପଦବୀ ପାଇଁ ପ୍ରାର୍ଥୀଙ୍କୁ ୨୦୦ ଟଙ୍କା ପରୀକ୍ଷା ଫି’ ଅନଲାଇନ୍‌ରେ ଦାଖଲ କରିବାକୁ ପଡ଼ିବ। ଏସ୍‌ସି, ଏସ୍‌ଟି ଅନ୍ତର୍ଭୁକ୍ତ ପ୍ରାର୍ଥୀମାନଙ୍କୁ କୌଣସି ଫି’ ଦେବାକୁ ପଡ଼ିବ ନାହିଁ।

ଦରମା

ସମସ୍ତ ନିଯୁକ୍ତି ପ୍ରାଥମିକ ପର୍ଯ୍ୟାୟରେ ଚୁକ୍ତିଭିତ୍ତିକ ରହିବ। ନିଯୁକ୍ତିର ପ୍ରଥମ ବର୍ଷ ମାସିକ ୧୬ ହଜାର ୮୮୦ ଟଙ୍କା ପ୍ରଦାନ କରାଯିବ।

ଏହି ପଦବୀଗୁଡ଼ିକ ପାଇଁ ଅନଲାଇନ୍ ଆବେଦନ କରିବାକୁ ପଡ଼ିବ। ଅନଲାଇନ ଆବେଦନର ତାରିଖ ତଥା ଏ ସଂପର୍କିତ ସବିଶେଷ ତଥ୍ୟ ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ossc.gov.in ୱେବସାଇଟ୍ ସହିତ ଯୋଗାଯୋଗ ରଖିବା ପାଇଁ ବୋଲି ଷ୍ଟାଫ୍ ସିଲେକସନ୍ କମିସନ ପକ୍ଷରୁ ବିଜ୍ଞପ୍ତିରେ କୁହାଯାଇଛି। ନିକଟ ଭବିଷ୍ୟତରେ ଏ ସଂପର୍କିତ ସଂପୂର୍ଣ ବିଜ୍ଞପ୍ତି ୱେବ୍‌ସାଇଟ୍‌ରେ ଉପଲବ୍ଧ କରାଯିବ।

Comment