ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଛି ଲୋକ ଅଛନ୍ତି ଯେଉଁମାନେ ଖାଇବା ପରେ ସାଙ୍ଗେ ସାଙ୍ଗେ ଅନ୍ୟ କିଛି ଖାଦ୍ୟ ଖାଇଥାନ୍ତି। ଆପଣଙ୍କର ଯଦି ଏମିତି କିଛି ଅଭ୍ୟାସ ରହିଛି ତେବେ ଜାଣି ରଖନ୍ତୁ ଏହା ଆପଣଙ୍କ ବଡ଼ ସମସ୍ୟା ହୋଇପାରେ।

ଜାଣନ୍ତୁ ଖାଇବା ପରେ କ’ଣ କରିବେ?

ଖାଇବା ପରେ ସାଙ୍ଗେ ସାଙ୍ଗେ ଚା’ ଆଦୌ ପିଅନ୍ତୁ ନାହିଁ। ଖାଇସାରି ଚା’ ପିଉଥିବା ଲୋକଙ୍କ ଭିତରେ ରକ୍ତଚାପ, ମଧୁମେହ ଅପେକ୍ଷାକୃତ ବେଶି ଦେଖା ଦେଇଥାଏ।

ଖାଇସାରିବା ସଙ୍ଗେ ସଙ୍ଗେ ଫଳ ଖାଇବା ଅସୁସ୍ଥକର। ଅତିକମ୍‌ରେ ଖାଇବାର ୨୦ ମିନିଟ୍ ପରେ ଫଳ ଖାଆନ୍ତୁ।

ଖାଇବାର ଅତିକମରେ ୧୫ ମିନିଟ୍ ପରେ ବିଛଣାକୁ ଯାଆନ୍ତୁ। ଖାଇ ସାରି ସଙ୍ଗେ ସଙ୍ଗେ ବିଛଣାକୁ ଯାଆନ୍ତୁ ନାହିଁ।

ଟାଇଟ୍ କରି ବେଲ୍ଟ ବାନ୍ଧିବା, ଖାଇବା ପରେ ଧୂମପାନ କରିବା ବି ଖରାପ ହୋଇଥାଏ।

Comment