ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ବିଫଳ ହେଲେ ଆଗକୁ ବଢ଼ନ୍ତୁ, ନବଢ଼ିଲେ ସେଇଠି ଅଟକି ଯିବେ। ବିଫଳତାରୁ ବି ଆମେ ସଫଳତାର ଶିକ୍ଷା ପାଇ ପାରିବା’’, ଛାତ୍ରଛାତ୍ରୀଙ୍କୁ ଏଭଳି ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଦିଲ୍ଲୀସ୍ଥିତ ତାଳକୋଟ୍‌ରା ଷ୍ଟାଡିୟମରେ ମୋଦୀ ଆଜି ‘ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ମନ୍ତ୍ର ଦେଇଛନ୍ତି।

‘‘ଏ ଦଶନ୍ଧି ସମ୍ଭାବନାର ଦଶନ୍ଧି, ଛାତ୍ରଛାତୀଙ୍କ ଯୋଗଦାନ ଏଥିପାଇଁ ମହତ୍ତ୍ୱପୂର୍ଣ୍ଣ। ମୋର ସବୁ କାମ ଅପେକ୍ଷା ମତେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅଧିକ ଭଲ ଲାଗେ, କାରଣ ଛାତ୍ରଛାତୀଙ୍କ ସହ ମିଶିଲେ ନୂଆ ଅନୁଭୂତି ମିଳିଥାଏ’’, କହିଛନ୍ତି ମୋଦୀ।

ସେ ଆହୁରି ମଧ୍ୟ କହିଛନ୍ତି,‘‘ଅନେକ ସମୟରେ ବାହ୍ୟ ପରିସ୍ଥିତି ପିଲାଙ୍କ ମୁଡ୍‌ ଅଫ୍‌ କରିଦିଏ। ସମାଜରେ ଯେକୌଣସି ବ୍ୟକ୍ତି ଏହାର ଶିକାର ହୁଅନ୍ତି। କିନ୍ତୁ ଏଭଳି ସ୍ଥିତିରେ ସେଲଫ୍‌ ମୋଟିଭେସନ ନିହାତି ଜରୁରୀ।

ସେହିପରି ମୋଦୀ କହିଛନ୍ତି ଯେ ପରୀକ୍ଷାର୍ଥୀମାନେ ଭାରାକ୍ରାନ୍ତ ରହିବା ଅନୁଚିତ। ଏମିତିକି ପରୀକ୍ଷା ପୂର୍ବରୁ ଅଭିଭାବକ ବି ଚାପରେ ଥାଆନ୍ତି। ଅଭିଭାବକ ମନସ୍ଥିର କରି ପିଲାଙ୍କୁ ବୁଝାନ୍ତୁ ଏବଂ ତାଙ୍କୁ ଠିକ୍‌ ବାଟ ଦେଖାନ୍ତୁ।

ଆଗକୁ ଦଶମ ଓ ଯୁକ୍ତ ୨ ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀଙ୍କୁ ଏହି ଟିପ୍ସ ଦେଇଛନ୍ତି ମୋଦୀ। ପ୍ରତିବର୍ଷ ପରୀକ୍ଷା ପୂର୍ବରୁ ମୋଦୀଙ୍କ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।

Comment