ଓଡ଼ିଶାଲାଇଭ୍‌ ବ୍ୟୁରୋ  

ଘୋଷଣା ହେଲା ଜାତୀୟ ସାହସିକତା ପୁରସ୍କାର। ଓଡ଼ିଶାର ୩ ଜଣ ବାଳିକାଙ୍କ ନାଁ ଏହି ପୁରସ୍କାର ପାଇଁ ଘୋଷଣା କରାଯାଇଛି। ସେମାନେ ହେଲେ କେନ୍ଦ୍ରାପଡ଼ାର ପୂର୍ଣ୍ଣିମା ଗିରି ଓ ସବିତା ଗିରି, ଅନୁଗୁଳର ଶ୍ରୀମତୀ ଭଦ୍ରା। ଆସନ୍ତା ସାଧାରଣତନ୍ତ୍ର ଦିବସରେ ସେମାନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ।

ଭାରତ ବାଲ କଲ୍ୟାଣ ପରିଷଦ ପକ୍ଷରୁ ଏହି ପୁରସ୍କାର ଘୋଷଣା କରାଯାଇଛି। ୧୨ଟି ରାଜ୍ୟର ୨୨ ଜଣ ପିଲାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସେମାନଙ୍କ ମଧ୍ୟରେ ୧୦ ଝିଅ ଓ ୧୨ ପୁଅ ରହିଛନ୍ତି। ସେହିପରି ଓଡ଼ିଶାର ପୂର୍ଣିମା ଗିରି ଓ ସବିତା ଗିରିଙ୍କୁ ଦ୍ରୁବ ସାହସିକତା ପୁରସ୍କାର ଓ ଶ୍ରୀମତୀ ଭଦ୍ରାଙ୍କୁ ପ୍ରହ୍ଲାଦ ସାହସିକତା ପୁରସ୍କାର ପ୍ରଦାନ କରାଯିବ।

୨୦୧୯ ଜାନୁଆରି ୨ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ନିପାଣିଆ ଗ୍ରାମରେ  ପ୍ରାୟ ୪୦ ଜଣ ବ୍ୟକ୍ତି ଜଗତସିଂହପୁର କୁଜଙ୍ଗରୁ କେନ୍ଦ୍ରାପଡ଼ା ହୁକିଟେଲା ଲାଇଟ୍‌ ହାଉସ୍‌ ପରିଦର୍ଶନରେ ଯାଉଥିଲେ। ଏହି ସମୟରେ ଡଙ୍ଗାଟି ଭାରସାମ୍ୟ ହରାଇ ବଡ଼ି ଯାଇଥିଲା। ଏହି ସମୟରେ ଦୁଇ ଭଉଣୀ ପୂର୍ଣ୍ଣିମା ଓ ସବିତା ସାହସିକତା ଦେଖାଇ ୧୨ ଜଣଙ୍କ ଜୀବନ ବଞ୍ଚାଇଥିଲେ।

ସେହିପରି ଅନୁଗୁଳର ଶ୍ରୀମତି ଭଦ୍ରା ରେଳ ଦୁର୍ଘଟଣା ସମୟରେ ନିଜ ସାଙ୍ଗର ଜୀବନ ବଞ୍ଚାଇ ଥିଲେ। ସେଥିପାଇଁ ତାଙ୍କୁ ଏହି ସାହସିକତା ପୁରସ୍କାର ପ୍ରଦାନ କରାଯିବ।

Comment