ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟର ଉପକୂଳ ଅଞ୍ଚଳରେ ଶୀତ ସାମାନ୍ୟ କମିଥିଲେ ବି ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଶୀତର ଲହରି ଜାରି ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଉପକୂଳ ଓଡ଼ିଶାରେ ତାପମାତ୍ରା ୧ରୁ ୩ ଡିଗ୍ରୀ ହ୍ରାସ ପାଇଛି।

ଝାରସୁଗୁଡ଼ା, ହୀରାକୁଦ, ସମ୍ବଲପୁର, କେନ୍ଦୁଝରରେ ତାପମାତ୍ରା ୧ରୁ ୩ ଡିଗ୍ରୀ ହ୍ରାସ ପାଇଥିବା ପାଣିପାଗ ବିଜ୍ଞାନୀ ମଦନ ମୋହନ ଦାସ କହିଛନ୍ତି। ସେହିପରି ୧୮ ଜିଲ୍ଲାରେ ଘନ କୁହୁଡ଼ି ଲାଗି ରହିବ। ଆସନ୍ତା ୨୪ ଘଣ୍ଟା ଏଭଳି ପାଗ ଜାରି ରହିବ।

ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, କଟକ, ଅନୁଗୁଳ, ପାରାଦୀପ, ସୋନପୁର, ସୁନ୍ଦରଗଡ଼, ଛତ୍ରପୁର, ଗଜପତି, ଭବାନୀପାଟଣା ଓ ଦାରିଙ୍ଗିବାଡ଼ିରେ ଘନ କୁହୁଡ଼ି ଦେଖାଦେଇଛି। ଆସନ୍ତା ୨୨ ଓ ୨୩ ତାରିଖରେ ଘନ କୁହୁଡ଼ି ଯୋଗୁଁ ୧୮ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

Comment