ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଧାନସଭାରେ ସମସ୍ତ କାମ ଓଡ଼ିଆରେ ହେଉ। ଏମିତି ଏକ ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।

ଓଡ଼ିଆ ଭାଷାରେ ସରକାରୀ କାମ ହେବ ବୋଲି ଯେଉଁ ଘୋଷଣା ହୋଇଥିଲା ତାହା କେବଳ ଘୋଷଣାରେ ରହିଯାଇଛି। ଲୋକସେବା ଭବନ ଓ ବିଧାନସଭାରେ ପ୍ରାୟ ସମସ୍ତ କାମ ଇଂରାଜୀରେ ହେଉଛି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

‘‘କୋର୍ଟରେ ମଧ୍ୟ ଇଂରାଜୀ ଭାଷାରେ କାର୍ଯ୍ୟବଳୀ ସମ୍ପାଦନ ହେଉଛି। ରାଜ୍ୟ ଶାସନରେ ଓଡ଼ିଆ ଭାଷାକୁ ସମ୍ପୂର୍ଣ୍ଣ ଲାଗୁ କରାଯାଉ। ସରକାରଙ୍କର ସମସ୍ତ ଚିଠି, ବିଜ୍ଞପ୍ତିକୁ ଓଡିଆ ଭାଷାରେ ପ୍ରକାଶନ କରିବାକୁ ପଡ଼ିବ। ଏବେ ଇଂରାଜୀ ଭାଷା ଏକ ନମ୍ବର ଭାଷା ଭାବେ ସବୁଠାରେ ବ୍ୟବହାର ହେଉଛି ଓ ଓଡିଆ ଭାଷାକୁ ଆବଶ୍ୟକ ପଡ଼ିଲେ ଦୁଇ ନମ୍ବର ଭାଷା ଭାବେ ବ୍ୟବହାର କରାଯାଉଛି। ଏଥିରେ ବଦଳାଯାଇ ଓଡିଆ ଭାଷାକୁ ଏକ ନମ୍ବର ଓ ଇଂରାଜୀ ଭାଷାକୁ ଆବଶ୍ୟକ ପଡ଼ିଲେ ଦୁଇ ନମ୍ବର ଭାଷା ଭାବେ ବ୍ୟବହାର କରାଯାଉ’’, ଚିଠିରେ ଲେଖିଛନ୍ତି ପ୍ରଦୀପ୍ତ ନାୟକ।

Comment