ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଓଡ଼ିଶାରେ ୩୧ଟି ଆସିଷ୍ଟାଣ୍ଟ୍ ଫିସେରିଜ୍‌ ଅଫିସର ପଦବୀ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀରେ କେବଳ ଏସ୍‌ସି ଏବଂ ଏସ୍‌ଟି ପ୍ରାର୍ଥୀମାନେ ହିଁ ଆବେଦନ କରିପାରିବେ। ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଫେବ୍ରୁଆରି ୧୩ ତାରିଖ ଯାଏଁ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ଆସିଷ୍ଟାଣ୍ଟ୍ ଫିସେରିଜ୍‌ ଅଫିସର ପଦବୀ – ୩୧

ଏସ୍‌ସି – ୪ (ମହିଳା- ୧)

ଏସ୍‌ଟି – ୨୭ (ମହିଳା- ୯)

ଶିକ୍ଷାଗତ ଯୋଗ୍ୟତା

ଆସିଷ୍ଟାଣ୍ଟ୍ ଫିସେରିଜ୍‌ ଅଫିସର ପଦବୀ ପାଇଁ ପ୍ରାର୍ଥୀ ସ୍ୱୀକୃତପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଫିସେରିଜ୍‌ ସାଇନ୍ସରେ ସ୍ନାତକ କରିଥିବା ଆବଶ୍ୟକ।

ବୟସ

୨୧ରୁ ୩୭ ବର୍ଷ

ଭିନ୍ନକ୍ଷମ (ପି.ଡବ୍ଲ୍ୟୁ.ଡି) ପ୍ରାର୍ଥୀଙ୍କ ପାଇଁ ୧୦ ବର୍ଷ କୋହଳ ବ୍ୟବସ୍ଥା ରହିଛି।

ଚୟନ ପ୍ରକ୍ରିୟା

  • ଲିଖିତ ପରୀକ୍ଷା
  • ସାକ୍ଷାତକାର

ଦରମା

୪୪,୯୯୦ ଟଙ୍କା (ଲେବୁଲ୍-୧୦)

ଏହି ପଦବୀଗୁଡିକ ପାଇଁ ଅନଲାଇନ୍ ଆବେଦନ କରିବାକୁ ପଡ଼ିବ। ପଦବୀ ସଂପର୍କିତ ସବିଶେଷ ତଥ୍ୟ www.opsc.gov.in ରେ ଲଗଇନ୍ କରି ଆଗ୍ରହୀ ପ୍ରାର୍ଥୀ ଜାଣିପାରିବେ।

Comment