ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାନୁଆରି ୨୬, ଗଣତନ୍ତ୍ର ଦିବସରେ ନିଜର ପରାକ୍ରମ ଦେଖାଇବେ ସିଆରପିଏଫ୍‌ ମହିଳା ଯବାନ। ପ୍ରଥମ ଥର ପାଇଁ ରାଜପଥରେ ଏହି ମହିଳା ଯବାନ ଡେୟାରଡେଭିଲ ସୋ’ରେ ସାମିଲ ହେବେ।

ମହିଳାଙ୍କର ଅଦମ୍ୟ ସାହସ ଦେଖିବ ପୂରା ଦେଶ। ଏନେଇ ସିଆରପିଏଫ୍‌ ମହିଳା ଓ୍ୱିଙ୍ଗ୍‌ ପକ୍ଷରୁ ଦିଲ୍ଲୀରେ ଅଭ୍ୟାସ ଆରମ୍ଭ ହୋଇଛି। ଅଭ୍ୟାସ ସମୟରେ ବୁଲେଟରେ ଦୁଃସାହାସିକ ଷ୍ଟଣ୍ଟ ଦେଖାଇଛନ୍ତି ଯବାନ।

‘‘ଏହି କାଯ୍ୟକ୍ରମ ମାଧ୍ୟମରେ ଆମ ଦେଶବାସୀ ଦେଖିବେ ଆମ ଦେଶର ଝିଅ କେତେ ସାହାସୀ ଏବଂ ପରିଶ୍ରମୀ। ଝିଅମାନେ କିଛି ବି କାମରେ କମ୍‌ ନୁହିଁନ୍ତି’’, କହିଛନ୍ତି ସିଆରପିଏଫ୍‌ ଡିଆଇଜି ବିବି ବୈଦ।

Comment