ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀରେ ବାଂଲାଦେଶୀ ସେକ୍ସ ରାକେଟ୍‌ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ଙ୍କ ହାତରେ ଆଜି ଧରାପଡ଼ିଛି ଆଉ ଜଣେ ମାଷ୍ଟରମାଇଣ୍ଡ। ଯୁବକଙ୍କ ନାଁ ହେଉଛି ପ୍ରଶାନ୍ତ ପରିଡ଼ା। ମଙ୍ଗଳବାର ରାକେଟ୍‌ର ଦୁଇ କିଙ୍ଗପିନ୍‌ଙ୍କୁ ପୋଲିସ ଗିରଫ କରିଥିଲା।

ରାଜଧାନୀରେ ଖୁଲମ୍‌ଖୁଲ୍ଲା ଦେହ ବ୍ୟବସାୟ କରୁଥିଲେ ଏହି ଦୁଇ କିଙ୍ଗପିନ୍‌ ଅଞ୍ଜଳି ଓ ଇବ୍ରାହିମ୍‌। ମଙ୍ଗଳବାର କ୍ରାଇମ୍‌ବ୍ରାଞ୍ଚ ପିପିଲି ଦାଦଗୋହିରି ନିକଟରୁ ଦୁଇ ଜଣଙ୍କୁ ଗିରଫ କରିବା ସହ ୬ ଜଣ ବାଂଲାଦେଶୀ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏବେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଯୁବତୀଙ୍କୁ ପଚରାଉଚରା କରୁଛି।

ରାଜଧାନୀରେ ବାଂଲାଦେଶୀ ସେକ୍ସ ରାକେଟ୍‌ ଚାଲିଥିବା ନେଇ କମିସନରେଟ୍‌ ପୋଲିସକୁ ମିଳିଥିଲା ଖବର। ପୁରୁଣା ଭୁବନେଶ୍ୱରର ଏକ ଘରେ କାରବାର ଚାଲିଥିବା ଖବର ପାଇ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ଚଢ଼ାଉ କରିଥିଲା।

Comment