ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ଭୟା ମାମଲାରେ ଦୋଷୀଙ୍କୁ ଫାଶୀ ଦିଆଯିବାରେ ଅଯଥା ବିଳମ୍ବ ହେଉଥିବାରୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ ଏକ ପ୍ରସ୍ତାବ ଦେଇଛନ୍ତି। ପ୍ରସ୍ତାବରେ କୁହାଯାଇଛି ଯେ ଦଣ୍ଡ ଘୋଷଣାର ୭ ଦିନ ମଧ୍ୟରେ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବା ଦରକାର।

ସର୍ବୋଚ୍ଚ ନ୍ୟାୟାଳୟରେ ଗୃହ ମନ୍ତ୍ରାଳୟର ଏହି ଆବେଦନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ୨୦୧୨ରେ ଘଟିଥିବା ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ୪ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ସେମାନଙ୍କୁ ଫାଶୀ ଦିଆଯାଇ ନାହିଁ। ରାୟର ସମୀକ୍ଷା, ଦୟା ପ୍ରାର୍ଥନା ଓ କ୍ୟୁରେଟିଭ ପିଟିସନରେ ଅଯଥା ସମୟ ବରବାଦ ହେଉଛି ବୋଲି କେନ୍ଦ୍ର ସରକାର ଆବେଦନରେ କହିଛନ୍ତି।

ଗୃହ ମନ୍ତ୍ରାଳୟର ଯୁକ୍ତି ହେଉଛି ଯେ ଦଣ୍ଡ ବିଧାନ ପରେ କେବେ ତାହାକୁ କାର୍ଯ୍ୟକାରୀ କରାଯିବ ତାହାର ଏକ ସମୟ ସୀମା ନିର୍ଦ୍ଧାରଣ ହେବା ଆବଶ୍ୟକ। ଗୃହ ବିଭାଗ ତା’ର ଆବେଦନରେ କହିଛି ଯେ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଡେଥ ୱାରେଣ୍ଟ ବାହାରିବାର ୭ ଦିନ ଭିତରେ ହିଁ ଦୟା ପ୍ରାର୍ଥନା କରାଯାଇପାରିବ ଏହିଭଳି ଏକ ସମୟ ନିର୍ଦ୍ଧାରିତ ହେବା ଆବଶ୍ୟକ।

ନିର୍ଭୟାର ମାମଲାରେ ସମସ୍ତ ଦୋଷୀଙ୍କୁ ଫାଶୀ ଦିଆଯିବ ବୋଲି ଡେଥ ଓ୍ଵାରେଣ୍ଟ ଜାରି ହୋଇଥିଲା। ଫେବ୍ରୁଆରି ୨୨ ତାରିଖରେ ଫାଶୀ ହେବ ବୋଲି ଶୁଣାଣି ହୋଇଥିଲା। ହେଲେ ଏହାକୁ ଘୁଞ୍ଚାଯାଇ ଫେବ୍ରୁଆରି ୧ ତାରିଖ ରଖାଯାଇଛି।

Comment