ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛତିଶଗଡ଼ର ଟପ୍‌ ମାଓନେତା ପାପାରାଓର ବୁଧବାର ମୃତ୍ୟୁ ଘଟିଛି। କିଛି ଦିନ ହେବ ପାପାରାଓ କିଡନୀ ରୋଗରେ ଆକ୍ରାନ୍ତ ଥିଲା। ଗତ ୪ ଦିନ ହେବ ବେଶୀ ଗୁରୁତର ହୋଇଥିଲା ବେଳେ ବୁଧବାର ମୃତ୍ୟ ଘଟିଛି।

ମାଲକାନଗିରି-ଛତିଶଗଡ଼ ସୀମାନ୍ତରେ ସକ୍ରିୟ ଥିଲା ପାପାରାଓ। ସେ ଅନେକ ମାଓ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଥିଲା। ୨୦୧୦ରେ ଛତିଶଗଗଡର ତାଲମେଟଲାରେ ହୋଇଥିବା ନକ୍ସଲ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ପାପାରାଓ। ଏଥିରେ ୭୬ ଜଣ ସିଆରପିଏଫ ଯବାନ ପ୍ରାଣ ହରାଇଥିଲେ।

ଛତିଶଗଡ଼ର ସୁକମା ଜିଲ୍ଲାରେ ଜନ୍ମ ହୋଇଥିଲା ପାପାରାଓ। ପ୍ରଥମେ ସେ ବସ୍ତର ମାଓ ସଙ୍ଗଠନରେ ସାମିଲ ହେବା ପରେ ବହୁ ଲଙ୍କାକାଣ୍ଡ ଘଟାଇଥିଲା। ପୂର୍ବରୁ ପାପାରାଓକୁ ଧରିବାକୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ଛତିଶଗଡ଼ ସରକାର।

Comment