ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ପ୍ରଥମ ଶ୍ରେଣୀରୁ ଦିଆଯିବ ଇଂରାଜୀ ଶିକ୍ଷା। ସବୁ ସ୍କୁଲରେ ଆରମ୍ଭ ହେବ ସ୍ପୋକେନ ଇଂଲିଶ କ୍ଲାସ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଏନେଇ ମନ୍ତ୍ରୀ କହିଥିଲେ, “ଦୀର୍ଘଦିନ ହେବ ରାଜ୍ୟରେ ଅଭିଭାବକମାନେ ପ୍ରଥମ ଶ୍ରେଣୀରୁ ଇଂରାଜୀ ପଢ଼ାଇବା ପାଇଁ ଦାବି କରୁଥିଲେ। ତେଣୁ ବର୍ତ୍ତମାନ ପାଇଁ ରାଜ୍ୟର ୧୦୦ଟି ସ୍କୁଲରେ ପ୍ରାଥମିକ ଭାବେ ଇଂରାଜୀ ଶିକ୍ଷା ଆରମ୍ଭ ହେବ। ପରେ ସମସ୍ତ ସ୍କୁଲରେ ଏହା କାର୍ଯ୍ୟକାରୀ କରାଯିବ।”

ବର୍ତ୍ତମାନ ତୃତୀୟ ଶ୍ରେଣୀରୁ ଛାତ୍ରଛାତ୍ରୀଙ୍କୁ ଇଂରାଜୀ ଶିକ୍ଷା ଦିଆଯାଉଛି। ସେହିପରି ଆଗାମୀ ଦିନରେ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପସ୍ଥାନ ବ୍ୟବସ୍ଥାକୁ ଅନଲାଇନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ମଙ୍ଗବାର ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୁରୀ ନିମାପଡ଼ାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରାଜ୍ୟର ୨୯୪ ସ୍କୁଲର ପ୍ରଧାନ ଶିକ୍ଷକ, ବ୍ଲକ ଶିକ୍ଷାଧିକାରୀ, ମଣ୍ଡଳଧିକାରୀ ଯୋଗ ଦେଇଥିଲେ। ବୈଠକରେ ମୋ ସରକାର ମାଟ୍ରିକ ପରୀକ୍ଷା, ସରାକରୀ ପାଣ୍ଠିର ସଦ୍‌ବିନିଯୋଗ ଓ ଫନି କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା ହୋଇଥିଲା।

Comment