ଓଡ଼ିଶାଲାଇଭ୍‌ ବ୍ୟୁରୋ

ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ହୋଇଥିବା ୧୪୪ଟି ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ।

ବିଭିନ୍ନ ପକ୍ଷ ଦ୍ୱାରା ହୋଇଥିବା ଏହି ଆବେଦନ ଉପରେ ଶୁଣାଣି କରିବେ ଚିଫ୍‌ ଜଷ୍ଟିସ ଏସ୍‌ ଏ ବବୋଡେ, ଜଷ୍ଟିସ୍‌ ଏସ୍‌ ଅବଦୁଲ ନଜିର ଓ ସଞ୍ଜୀବ ଖାନ୍ନାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ। ୨୦୧୯, ଡିସେମ୍ବର ୧୮ରେ ହୋଇଥିବା ଶୁଣାଣିରେ କୋର୍ଟ କେନ୍ଦ୍ର ସରକାରଙ୍କ ଜବାବ ଲୋଡ଼ିଥିଲେ। ଆଜି କେନ୍ଦ୍ର ସରକାର କୋର୍ଟରେ ନିଜର ଜବାବ ରଖିପାରନ୍ତି।

କେନ୍ଦ୍ର ସରକାର ସିଏଏ ଆଇନ ଆଣିବା ପରେ ବିରୋଧୀ ଦଳ ଏବଂ ଅନ୍ୟ ସଙ୍ଗଠନମାନେ ଏହାକୁ ବିରୋଧ କରିଛନ୍ତି। ଏହାକୁ ନେଇ ଅନେକ ସ୍ଥାନରେ ହିଂସା ମଧ୍ୟ ଦେଖିବାକୁ ମିଳିଛି।

Comment