ଓଡ଼ିଶାଲାଇଭ୍‌ ବ୍ୟୁରୋ

 ଭୁବନେଶ୍ୱର ବିମାନ ବନ୍ଦର ଛାତ ଭୁଶୁଡ଼ିବା ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଟର୍ମିନାଲ-୧ ଓ ଟର୍ମିନାଲ-୨କୁ ଲିଙ୍କ୍‌ କରିବା ପାଇଁ ନିର୍ମାଣ କରାଯାଇଥିବା କୋଠା ଭୁଶୁଡ଼ିବା ଫଳରେ ଛାତ ତଳେ ଜଣେ ଶ୍ରମିକ ଫସି ରହିଥିଲେ। ଦୀର୍ଘ ସମୟ ପରେ ଅଗ୍ନିଶମ ବିଭାଗ ଓ ଏନ୍‌ଡିଆରଏଫ ଟିମ୍‌ ଶ୍ରମିକ ଜଣଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହସ୍ପିଟାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

ମୃତକ ଶ୍ରମିକ ଜଣକ ହେଲେ କଟକ ବଡମ୍ବା ଅଞ୍ଚଳର ଅନ୍ତର୍ଯ୍ୟାମୀ ଗୁରୁ। ଅନ୍ୟପଟେ ଆଉ ଜଣେ ଶ୍ରମିକ ନବ କିଶୋର ସ୍ଵାଇଁଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଥିଲା। ଏବେ ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଶୁକ୍ରବାର ରାତି ପ୍ରାୟ ୧୧ଟା ବେଳେ ଏଭଳି ଏକ ଅଘଟଣ ଘଟିଥିଲା। ଭୁବନେଶ୍ଵର ବିମାନ ବନ୍ଦରର ୧୦ ହଜାର ବର୍ଗଫୁଟ୍‌ର ଏକ ଛାତ ଭୁଶୁଡ଼ି ପଡ଼ିଛି।

ସେଠାରେ ଉପସ୍ଥିତ ଥିବା ଶ୍ରମିକଙ୍କ କହିବା ଅନୁସାରେ, ଶୁକ୍ରବାର ରାତିରେ ବିଲ୍ଡିଂ କାମ ଚାଲିଥିଲା। ଛାତ ଢଳେଇ ପରେ ୧୦ରୁ ୧୨ ଜଣ ଶ୍ରମିକ ବିଲ୍‌ଡିଂ କାମ କରୁଥିଲେ। ଏହି ସମୟରେ ଛତେଟି ଭୁଶୁଡ଼ି ପଡ଼ିଲା।

ଖବର ପାଇଁ ଘଟଣାସ୍ଥଳରେ ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।

Comment