ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘୋଷଣା ହୋଇଛି ‘ପଦ୍ମ’ ପୁରସ୍କାର। ଏଥିରେ ମୋଟ ୧୪୧ ଜଣଙ୍କ ନାଁ ଘୋଷଣା କରାଯାଇଛି। ୭ ଜଣଙ୍କୁ ପଦ୍ମବିଭୂଷଣ, ୧୬ ଜଣଙ୍କୁ ପଦ୍ମଭୂଷଣ ଓ ୧୧୮ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ କରାଯାଇଛି। ସେହିପରି ୪ ଜଣଙ୍କ ନାଁ ମରଣୋତ୍ତର ପଦ୍ମବିଭୂଷଣ ପାଇଁ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ରହିଛି ଅରୁଣ ଜେଟଲୀ ଓ ସୁଷମା ସ୍ଵରାଜଙ୍କ ନାଁ।

ଶନିବାର ପଦ୍ମ ପୁରସ୍କାର ପାଇଁ ୧୪୧ ଜଣଙ୍କ ନାଁ ଘୋଷଣା କରାଯାଇଛି। ଏମାନଙ୍କ ମଧ୍ୟରେ ୭ ଜଣଙ୍କୁ ପଦ୍ମ ବିଭୂଷଣ ପାଇଁ ଚୟନ କରାଯାଇଛି। ସେଥିମଧ୍ୟରୁ ଜର୍ଜ ଫର୍ଣ୍ଣାଡିଜ୍‌, ଅରୁଣ ଜେଟଲୀ, ସୁଷମା ସ୍ଵରାଜ ଓ ବିଶେଶ୍ଵତୀର୍ଥ ସ୍ଵାମୀଜୀ ଶ୍ରୀ ପେଜାବରଙ୍କ ନାଁ ମରଣୋତ୍ତର ପଦ୍ମବିଭୂଷଣ ପାଇଁ ଘୋଷଣା କରାଯାଇଛି।

ସେହିପରି ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ଵତ, କଣ୍ଠଶିଳ୍ପୀ ଆଦନାନ ସାମି ଓ ଫିଲ୍ମ ନିର୍ଦ୍ଦେଶକ କରଣ ଜୋହର ଓ ଏକତା କପୁରଙ୍କ ନାଁ ପଦ୍ମଶ୍ରୀ ପାଇଁ ଚୟନ କରାଯାଇଛି। ସମସ୍ତଙ୍କୁ କଳା କ୍ଷେତ୍ରରେ ପାରଦର୍ଶିତା ପାଇଁ ଏହି ପୁରସ୍କାର ଦିଆଯିବ।

୧୬ ଜଣ ନାଁ ପଦ୍ମ ଭୂଷଣ ପାଇଁ ଚୟନ କରାଯାଇଛି। ଏମାନଙ୍କ ମଧ୍ୟରେ ମନହୋର ପାରିକରଙ୍କୁ ମରଣୋତ୍ତକ ପଦ୍ମ ଭୂଷଣ ପ୍ରଦାନ କରାଯିବ। ସେହିପରି ବ୍ୟାଡ୍‌ମିଣ୍ଟନ ଖେଳାଳି ପିଭି ସିନ୍ଧୁ ଓ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏସ୍‌ସି ଜମିରଙ୍କୁ ମଧ୍ୟ ପଦ୍ମଭୂଷଣ ପ୍ରଦାନ କରାଯିବ।

Comment