ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକେମାନେ ପାଚିଲା କଦଳୀ ଖାଇବାକୁ ବେଶ୍‌ ପସନ୍ଦ କରନ୍ତି। କାରଣ ସବୁ ୠତୁରେ ଏହା ଉପଲବ୍ଧ ହୋଇଥାଏ। 

କଦଳୀ ଏମିତି ଏକ ଫଳ ଯେଉଁଥିରେ ସବୁପ୍ରକାର ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ଥାଏ। ଏଥିରେ ଭିଟାମିନ୍, ଫାଇବର, ପୋଟାସିୟମ ଏବଂ ପ୍ରାକୃତିକ ଚିନି ଭରପୂର ମାତ୍ରାରେ ଥାଏ। ଏଥିପାଇଁ ଖାଦ୍ୟରେ ପାଚିଲା କଦଳୀ ସାମିଲ କରିବା ଆବଶ୍ୟକ। ଏହାକୁ ସାଲାଡ, ଜୁସ୍‌, ଶେକ୍‌ ମାଧ୍ୟମରେ ଖାଇପାରିବେ।

କଦଳୀରେ ବେଶୀ ମାତ୍ରାରେ ଟିଏନ୍‌ଏଫ୍‌ ଭରପୂର ଥାଏ ଯାହାକି କ୍ୟାନ୍‌ସର ସମସ୍ୟା ରୋକିଥାଏ। ପ୍ରତିଦିନ ଗୋଟିଏ କଦଳୀ ଖାଇବାର ଫାଇଦା ବିଷୟରେ ଜାଣନ୍ତୁ।

ରକ୍ତଚାପ ନିୟନ୍ତ୍ରଣ ରଖିଥାଏ

ଯଦି ରକ୍ତଚାପରେ ଅସନ୍ତୁଳନ ହେଉଛି ତେବେ ପ୍ରତିଦିନ ଦୁଇଟି କଦଳୀ ଖାଇଲେ ରକ୍ତଚାପ ନିୟନ୍ତ୍ରଣ ରହିଥାଏ। ଗୋଟେ ପାଚିଲା କଦଳୀରେ ପାଖାପାଖି ୪୨୦ ଗ୍ରାମ୍‌ ପୋଟାସିୟମ ଭରି ରହିଛି। ଏହା ରକ୍ତଚାପକୁ ନିୟନ୍ତ୍ରିତ ରଖିଥାଏ।

ହଜମ ପ୍ରକ୍ରିୟା ଠିକ୍‌ ରଖିଥାଏ

କଦଳୀ ପାଚନ ପ୍ରକ୍ରିୟାକୁ ସୁଧାରି ଥାଏ। ଡାଏଟିସିଆନମାନେ ଓଜନକୁ ନିୟନ୍ତ୍ରଣ ରଖିବା ପାଇଁ ପାଚିଲା କଦଳୀ ଖାଇବାକୁ ପରାମର୍ଶ ଦେଇଥାନ୍ତି।

ଓଜନ କମ୍‌ କରିଥାଏ

ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏଥିରେ ଫାଇବର୍‌ ମାତ୍ରା ଅଧିକ ଥାଏ। ଯାହା ଭୋକକୁ କମ୍‌ କରିଥାଏ।

ଏନେମିଆ

ଏନେମିଆର ସମ୍ଭାବନାକୁ କମ୍‌ କରାଇଥାଏ କଦଳୀ। ହିମୋଗ୍ଲୋବିନର ମାତ୍ରା କମ୍‌ ଥିଲେ ହାଲିଆ ଲାଗିଥାଏ। ଡାଏଟିସିଆନମାନେ ଓଜନକୁ ନିୟନ୍ତ୍ରଣ ରଖିବା ପାଇଁ ପାଚିଲା କଦଳୀ ଖାଇବାକୁ ପରାମର୍ଶ ଦେଇଥାନ୍ତି। ଦିନରେ ୨ଟି କଦଳୀ ଖାଇଲେ ରକ୍ତ କୋଷିକା ତିଆରି ହୋଇଥାଏ। ଲୌହ କଣିକାର ମାତ୍ରା ବଢ଼ିଥାଏ।

ପେଟ ସଫା ରଖେ

ରାତିରେ ଖାଇବା ପରେ ଗୋଟେ ପାଚିଲା କଦଳୀ ଖାଆନ୍ତୁ। ପ୍ରତିଦିନ ପାଚିଲା କଦଳୀ ଖାଇବା ଦ୍ୱାରା ପେଟ ଜନୀତ ସମସ୍ୟା ଦୂର ହୋଇଥାଏ।

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ

ଏଥିରେ ପୋଟାସିୟମର ପରିମାଣ ଭରପୂର ଥିବାରୁ ଏହା ରୋଗ ପ୍ରତିଷେଧକ ଶକ୍ତି ବଢ଼ାଇଥାଏ। ଏହା ସହ ଦିନତମାମ ଶରୀରକୁ ଫୁର୍ତ୍ତି ରଖିଥାଏ।

କୋଷ୍ଠକାଠିନ୍ୟ ସମସ୍ୟା

କୋଷ୍ଠକାଠିନ୍ୟର ସମସ୍ୟା ଦୂର କରିବାକୁ ଚାହୁଁଥିଲେ କଞ୍ଚା କଦଳୀ ଖାଇବା ଆରମ୍ଭ କରି ଦିଅନ୍ତୁ। ଏଥିରେ ଥିବା ଷ୍ଟାର୍ଚ ଏବଂ ଫାଇବର ପେଟକୁ ସଫା କରିଥାଏ।

ହାଡ଼ ଶକ୍ତ କରେ

ଏଥିରେ କ୍ୟାଲସିୟମର ପରିମାଣ ଅଧିକ ଥିବାରୁ ଏହା ହାଡ଼କୁ ଶକ୍ତ ରଖିବା ସହ ମଧୁମେହ ରୋଗକୁ ମଧ୍ୟ ନିୟନ୍ତ୍ରିତ ରଖିଥାଏ।

Comment