ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କପା ନିଗମର ବିଭିନ୍ନ ପଦବୀରେ ୭୫ଟି ପଦ ପାଇଁ ନିଯୁକ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଜାନୁଆରି ୨୭ ତାରିଖ ଯାଏଁ ଆବେଦନ କରିପାରିବେ।

ପଦବୀ ଓ ସଂଖ୍ୟା

  • ଆସିଷ୍ଟାଣ୍ଟ କମ୍ପାନି ସେକ୍ରେଟାରୀ, ଆସିଷ୍ଟାଣ୍ଟ ମ୍ୟାନେଜର (ସିଭିଲ୍‌), ଆସିଷ୍ଟାଣ୍ଟ ମ୍ୟାନେଜର (ଲିଗାଲ୍‌), ଆସିଷ୍ଟାଣ୍ଟ ମ୍ୟାନେଜର (ଅଫିସିଆଲ୍‌ ଲାଙ୍ଗୁଏଜ୍‌), ମ୍ୟାନେଜମେଣ୍ଟ ଟ୍ରେନି (ଏଚ୍‌.ଆର୍‌), ହିନ୍ଦୀ ଟ୍ରାନ୍ସଲେଟର୍‌ ପାଇଁ ଗୋଟିଏ ପଦବୀ।
  • ମ୍ୟାନେଜମେଣ୍ଟ ଟ୍ରେନି (ଏମ୍‌.କେ.ଟି.ଜି) ଏବଂ ମ୍ୟାନେଜମେଣ୍ଟ ଟ୍ରେନି (ଆକାଉଣ୍ଟସ୍‌) ପାଇଁ ୧୦ଟି ପଦ- (ଏସ୍‌ସି-୧ଟି, ଓବିସି-୩ଟି, ଇଡବ୍ଲ୍ୟୁଏସ୍‌-୧ଟି, ସାଧାରଣବର୍ଗଙ୍କ ପାଇଁ-୫ଟି) ଉଦ୍ଦିଷ୍ଟ।
  • ଜୁନିଅର୍‌ ଆସିଷ୍ଟାଣ୍ଟ (ଜେନେରାଲ) ପାଇଁ ୧୪ଟି ପଦ – (ଏସ୍‌ସି-୧ଟି, ଏସ୍‌ଟି-୧ଟି, ଓବିସି-୩ଟି, ଇଡବ୍ଲ୍ୟୁଏସ୍‌-୧ଟି, ସାଧାରଣବର୍ଗଙ୍କ ପାଇଁ-୮ଟି)।
  • ଜୁନିଅର୍‌ କମର୍ସିଆଲ୍‌ ଏକ୍‌ଜିକ୍ୟୁଟିଭ୍‌ ପାଇଁ ୨୦ଟି ପଦ – (ଏସ୍‌ସି-୩ଟି, ଏସ୍‌ଟି-୧ଟି, ଓବିସି-୪ଟି, ଇଡବ୍ଲ୍ୟୁଏସ୍‌-୨ଟି, ସାଧାରଣବର୍ଗଙ୍କ ପାଇଁ-୧୧ଟି)।
  • ଜୁନିଅର୍‌ ଆସିଷ୍ଟାଣ୍ଟ (ଏକାଉଣ୍ଟ୍‌ସ୍‌) ପାଇଁ ୧୫ଟି ପଦ- (ଏସ୍‌ସି-୨ଟି, ଏସ୍‌ଟି-୧ଟି, ଓବିସି-୩ଟି, ଇଡବ୍ଲୁଏସ୍‌-୧ଟି, ସାଧଆଣବର୍ଗଙ୍କ ପାଇଁ-୮ଟି) ପଦ ଉଦ୍ଦିଷ୍ଟ।

ଶିକ୍ଷାଗତ ଯୋଗ୍ୟତା 

  • ଆସିଷ୍ଟାଣ୍ଟ କମ୍ପାନି ସେକ୍ରେଟାରି – ଆଇନ୍‌ରେ ସ୍ନାତକ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ।
  • ଆସିଷ୍ଟାଣ୍ଟ ମ୍ୟାନେଜର (ସିଭିଲ୍‌) – ସିଭିଲ୍‌ ଇଞ୍ଜିନିୟରିଂରେ ୫୦% ସହ ସ୍ନାତକ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ।
  • ଆସିଷ୍ଟାଣ୍ଟ ମ୍ୟାନେଜର (ଲିଗାଲ୍‌) – ଆଇନ୍‌ରେ ଡିଗ୍ରୀ (୩ କିମ୍ବା ୫ ବର୍ଷ) ହାସଲ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ।
  • ଆସିଷ୍ଟାଣ୍ଟ ମ୍ୟାନେଜର (ଅଫିସିଆଲ୍‌ ଲାଙ୍ଗୁଏଜ୍‌) – ହିନ୍ଦୀ ଭାଷାରେ ୫୦% ସହ ସ୍ନାତକୋତ୍ତର କରିଥିବା ପ୍ରାର୍ଥୀ, ଗ୍ରାଜୁଏସନ୍‌ ଯାଏଁ ଇଂରାଜୀ ଭାଷା ପଢ଼ିଥିବା ତଥା ଉଭୟ ଭାଷାରେ ଦକ୍ଷତା ଥିବା ପ୍ରାର୍ଥୀ ଆବେଦନ କରିପାରିବେ।
  • ମ୍ୟାନେଜମେଣ୍ଟ ଟ୍ରେନି (ଏଚ୍‌.ଆର୍‌) – ହ୍ୟୁମାନ୍‌ ରିସୋର୍ସ ମ୍ୟାନେଜ୍‌ମେଣ୍ଟରେ ୫୦% ସହ ସ୍ନାତକୋତ୍ତର କରିଥିବା ଅଥବା ଏମ୍‌ବିଏ/ପିଜିଡିଏମ୍‌ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ।
  • ମ୍ୟାନେଜମେଣ୍ଟ ଟ୍ରେନି (ଏମ୍‌.କେ.ଟି.ଜି) – ଏଗ୍ରି ବିଜିନେସ୍‌ ମ୍ୟାନେଜ୍‌ମେଣ୍ଟ ତଥା ଏହି ସମ୍ବନ୍ଧିୟ ବିଭାଗରେ ଏମ୍‌ବିଏ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ।
  • ମ୍ୟାନେଜମେଣ୍ଟ ଟ୍ରେନି (ଆକାଉଣ୍ଟସ୍) – ସିଏ/ସିଏମ୍‌ଏ/ଏମ୍‌ବିଏ /ଏମ୍‌ଏମ୍‌ଏସ୍‌ ତଥା ବାଣିଜ୍ୟରେ ସ୍ନାତକୋତ୍ତର କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ।
  • ଜୁନିଅର୍‌ କମର୍ସିଆଲ୍‌ ଏକ୍ସିକ୍ୟୁଟିଭ୍‌- ଏଗ୍ରିକଲ୍‌ଚର୍‌ରେ ୫୦% ସହ ସ୍ନାତକ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ। (ଏସ୍‌ସି/ଏସ୍‌ଟି/ପିଏଚ୍‌ଙ୍କ ପାଇଁ- ୪୫%)
  • ଜୁନିଅର୍‌ ଆସିଷ୍ଟାଣ୍ଟ (ଜେନେରାଲ) – ଏଗ୍ରିକଲ୍‌ଚର୍‌ରେ ୫୦% ସହ ସ୍ନାତକ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ। (ଏସ୍‌ସି/ଏସ୍‌ଟି/ପିଏଚ୍‌ଙ୍କ ପାଇଁ- ୪୫%)
  • ଜୁନିଅର୍‌ ଆସିଷ୍ଟାଣ୍ଟ (ଆକାଉଣ୍ଟସ୍‌) – ବାଣିଜ୍ୟରେ ଅତିକମ୍‌ରେ ୫୦% ସହ ସ୍ନାତକ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ।
  • ହିନ୍ଦୀ ଟ୍ରାନ୍ସଲେଟର୍‌- ହିନ୍ଦୀରେ ସ୍ନାତକ କରିବା ସହ ଇଂରାଜୀ ଭାଷାରେ ଦକ୍ଷତା ଥିବା ପ୍ରାର୍ଥୀ ଆବେଦନ କରିପାରିବେ।

ବସୟ ସୀମା (୨୦୧୯ ଅକ୍ଟୋବର ୧ ସୁଦ୍ଧା)

  • ଆସିଷ୍ଟାଣ୍ଟ କମ୍ପାନି ସେକ୍ରେଟାରି, ଆସିଷ୍ଟାଣ୍ଟ ମ୍ୟାନେଜର (ସିଭିଲ୍‌), ଆସିଷ୍ଟାଣ୍ଟ ମ୍ୟାନେଜର (ଲିଗାଲ୍‌), ଆସିଷ୍ଟାଣ୍ଟ ମ୍ୟାନେଜର (ଅଫିସିଆଲ୍‌ ଲାଙ୍ଗୁଏଜ୍‌) ପଦବୀ ପାଇଁ ୧୮ରୁ ୩୨ ବର୍ଷ।
  • ମ୍ୟାନେଜମେଣ୍ଟ ଟ୍ରେନି (ଏଚ୍‌.ଆର୍‌), ମ୍ୟାନେଜମେଣ୍ଟ ଟ୍ରେନି (ଏମ୍‌.କେ.ଟି.ଜି), ମ୍ୟାନେଜମେଣ୍ଟ ଟ୍ରେନି (ଆକାଉଣ୍ଟସ୍) ପଦବୀ ପାଇଁ ୧୮ରୁ ୩୦ ବର୍ଷ।
  • ଜୁନିଅର୍‌ କମର୍ସିଆଲ୍‌ ଏକ୍ସିକ୍ୟୁଟିଭ୍‌, ଜୁନିଅର୍‌ ଆସିଷ୍ଟାଣ୍ଟ (ଜେନେରାଲ), ଜୁନିଅର୍‌ ଆସିଷ୍ଟାଣ୍ଟ (ଏକାଉଣ୍ଟ୍‌ସ୍‌) ଏବଂ ହିନ୍ଦୀ ଟ୍ରାନ୍ସଲେଟର୍‌ ପଦବୀ ପାଇଁ ୧୮ରୁ ୨୭ ବର୍ଷ।
  • ଏସ୍‌ସି ଏସ୍‌ଟିଙ୍କ ପାଇଁ ୫ ବର୍ଷ, ଓବିସିଙ୍କ ପାଇଁ ୩ବର୍ଷ, ଭିନ୍ନକ୍ଷମଙ୍କ ପାଇଁ ୧୦ ବର୍ଷ ପର୍ଯ୍ୟନ୍ତ ବୟସ କୋହଳ କରାଯାଇଛି।

ଆବେଦନ ପ୍ରକ୍ରିୟା

ଆବେଦନକାରୀମାନେ ଭାରତୀୟ କପା ନିଗମର ଓ୍ଵେବ୍‌ସାଇଟ୍‌କୁ ଯାଇ ସେଠାରେ ଆବେଦନପତ୍ର ପୂରଣ କରିବା ସହ ଆବଶ୍ୟକୀୟ କାଗଜପତ୍ର, ପ୍ରମାଣପତ୍ର ଏବଂ ସ୍କାନ୍‌ ହୋଇଥିବା ଫଟୋ, ଦସ୍ତଖତ ଓ ଦରକାରୀ କାଗଜପତ୍ର ଦାଖଲ କରିବାକୁ ହେବ।

ଆବେଦନ ଶୁଳ୍କ (ଅନ୍‌ଲାଇନ୍‌ ପେମେଣ୍ଟ କରିବେ)

  • ସାଧାରଣବର୍ଗ/ଇଡବ୍ଲ୍ୟୁଏସ୍‌/ଓବିସିଙ୍କ ପାଇଁ- ୧୦୦୦ ଟଙ୍କା
  • ଏସ୍‌ସି/ଏସ୍‌ଟି/ଭିନ୍ନକ୍ଷମ/ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ- ୨୫୦ ଟଙ୍କା

ଏହି ପଦବୀ ସମ୍ବନ୍ଧିତ ଯେକୌଣସି ତଥ୍ୟ ବିଷୟରେ ଜାଣିବା ପାଇଁ www.cotcorp.org.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

Comment