ଓଡ଼ିଶାଲାଇଭ୍ ବ୍ୟୁରୋ

‘ଫିଲ୍ମ ଫେୟାର ସର୍ଟ ଫିଲ୍ମ ଆୱାର୍ଡ’ର ସର୍ଟଲିଷ୍ଟରେ ସ୍ଥାନ ପାଇଲା ଓଡ଼ିଆ ପୁଅ ଦୟାନିଧିଙ୍କ ଫିଲ୍ମ ‘ନବାବ’। ଏହି ପୁରସ୍କାର ପାଇଁ ମୋଟ ୩୫ଟି ଫିଲ୍ମ ମନୋନୀତ ହୋଇଥିବାବେଳେ ଏହା ମଧ୍ୟରେ ସ୍ଥାନ ପାଇଛି ଏହି କ୍ଷୁଦ୍ର ଚଳଚ୍ଚିତ୍ର ‘ନବାବ’।

ପିଲାଟି ଦିନରୁ ଫିଲ୍ମ ନିର୍ମାଣ ପ୍ରତି ରୁଚି ରଖୁଥିବା ଦୟାନିଧିଙ୍କ ଜନ୍ମ ରାଜଗାଙ୍ଗପୁର ଅଞ୍ଚଳରେ। ଫିଲ୍ମ ପ୍ରତି ତାଙ୍କର ଏ ଦୁର୍ବଳତା ତାଙ୍କୁ ଟାଣିନେଇଥିଲା ମାୟାନଗରୀ ମୁମ୍ବାଇ ସହରକୁ। ସେଠାରେ ସେ ପୁଣେର ଫିଲ୍ମ ଇନଷ୍ଟିଚ୍ୟୁଟରୁ ଶିକ୍ଷାଲାଭ କରିଥିଲେ। ଏହାପରେ ସେ ସେଠାରେ କେତେକ ବିଜ୍ଞାପନର ମଧ୍ୟ ସୁଟିଂ କରିଥିଲେ। ଏହାପରେ ସେ ଭୁବନେଶ୍ୱର ଚାଲିଆସିଥିଲେ। ଏଠାରେ ସେ ତାଙ୍କର ପ୍ରଯୋଜନା ସଂସ୍ଥା ଦୟା ଏଣ୍ଟରଟେନମେଣ୍ଟକୁ ପୁଣିଥରେ ଆରମ୍ଭ କରିଥିଲେ।ଦୟା ଏଣ୍ଟରଟେନମେଣ୍ଟ ସାହାଯ୍ୟରେ ସେ ତାଙ୍କର ଏହି ପ୍ରଥମ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଏହା ମାଧ୍ୟମରେ ସେ ତାଙ୍କର ପ୍ରଥମ କ୍ଷୁଦ୍ର ଚଳଚ୍ଚିତ୍ର ନବାବକୁ ପ୍ରସ୍ତୁତ କରିଥିଲେ। ଯାହା ଏବେ ତାଙ୍କୁ ସମସ୍ତଙ୍କ ପାଖରେ ପରିଚିତ କରିପାରିଛି।

‘ନବାବ’ ଫିଲ୍ମରେ ଦୁଇ ଜଣ ପତିପତ୍ନୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହ ବିଷୟରେ ଦେଖିବାକୁ ମିଳିବ। ଏଥିସହିତ ଶେଷରେ ଏହି କଳହକୁ କିପରି ସେମାନଙ୍କ ପାଳିତ କୁକୁର ‘ନବାବ୍’ ଦ୍ୱାରା ସମାଧାନ ହେଉଛି ତାହା ଏହି ଫିଲ୍ମରେ ଦେଖିବାକୁ ମିଳିବ। ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଆୟୁଷ୍ମାନ ଖୁରାନାଙ୍କ ସାନଭାଇ ଅପାରଶକ୍ତି ଖୁରାନା ଅଭିନୟ କରିଥିବାବେଳେ ତାଙ୍କ ସହ ଗୀତିକା ବିଦ୍ୟା, ମାରିଆ ଗୋରେଟ୍ଟି, ମଲ୍ଲିକା ଦୁଆ ଓ ଜରିନା ଓ୍ୱାହାବ ଆଦି ଦେଖିବାକୁ ମିଳିବେ। ଏହି ଫିଲ୍ମର  କାହାଣୀ ଲେଖିବା ସହ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ମାନସୀ ଜୈନ। ସାଢ଼େ ୮ ମିନିଟ୍ ବିଶିଷ୍ଟ ଏହି ଫିଲ୍ମ ନେଟଫିଲ୍କସରେ ମଧ୍ୟ ଲୋକପ୍ରିୟତା ହାସଲ କରିପାରିଛି। ଏହାଦ୍ୱାରା ତାଙ୍କର ସ୍ୱପ୍ନ ମଧ୍ୟ ସାକାର ହୋଇଛି ବୋଲି କହିଥାନ୍ତି ଦୟାନିଧି।

Comment