ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧୀରେ ଧୀରେ କୋରୋନା ଭାଇରସ ନେଉଛି ସଂଘାତିକ ରୂପ। ଏହି ଭୂତାଣୁ ଯୋଗୁଁ ଏଯାଏଁ ଚୀନରେ ୮୦ ଜଣ ଲୋକଙ୍କର ମୃତ୍ୟୁ ହୋଇ ସାରିଲାଣି।

୨ ହଜାର ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଚୀନରୁ ସୃଷ୍ଟି ହୋଇଥିବା ଏହି ଭୟଙ୍କର ସଂକ୍ରମଣ ଏବେ ବିଶ୍ୱର ବିଭିନ୍ନ ଦେଶକୁ ବ୍ୟାପୁଛି। ଫଳରେ ଏହା ଚିନ୍ତା ବଢ଼ାଇଛି।

ଚୀନରେ ଭୟଙ୍କର ରୂପ ନେଇଥିବାରୁ ଭାରତ, ଥାଇଲାଣ୍ଡ, ନେପାଳ, ଆମେରିକା, ତାଇୱାନ, ଭିଏତନାମ, ସିଙ୍ଗାପୁରରେ ସତର୍କତା ଜାରି କରାଯାଇଛି। ଭାଇରସକୁ ମୁକାବିଲା କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି।

ଅନ୍ୟପକ୍ଷରେ ଚୀନରେ କୌଣସି ଭାରତୀୟ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇନଥିବା ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସୂଚନା ଦେଇଛି।

Comment