ଓଡ଼ିଶାଲାଇଭ୍‌ ବ୍ୟୁରୋ

କାୟା ବିସ୍ତାର କରୁଛି କୋରୋନା ଭାଇରସ୍‌। ଏହି ଭୂତାଣୁ ସଂକ୍ରମଣରେ ଚୀନ୍‌ରେ ମୃତ୍ୟୁ ସଂଖ୍ୟା ୮୦ରେ ପହଞ୍ଚିଛି। ଏହି ଭାଇରସ୍‌ ୧୫ଟି ଦେଶରେ ବ୍ୟାପିଥିବା ବେଳେ ୨ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେଲେଣି। ସତର୍କତା ଅବଲମ୍ବନ କରିବା ପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ସଜାଗ ରହିବା ପାଇଁ ପ୍ରମୁଖ ହସ୍ପିଟାଲମାନଙ୍କୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି। ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ସରକାର ଚିଠି ଲେଖି ସତର୍କ ରହିବାକୁ କହିଛନ୍ତି।

ଏହି ଭୂତାଣଜନିତ ରୋଗ ପାଇଁ ରାଜ୍ୟରେ ବଡ଼ ମେଡିକାଲଗୁଡ଼ିକରେ ସ୍ୱତନ୍ତ୍ର ଓ୍ଵାର୍ଡ ଖୋଲାଯାଇଛି।

ଏହାସହ ଏୟାରପୋର୍ଟ, ଷ୍ଟେସନ୍‌ରେ ଯାତ୍ରୀଙ୍କ ଉପରେ ନଜର ରଖିବାକୁ କୁହାଯାଇଛି। ଝାରସୁଗୁଡ଼ା ବିମାନବନ୍ଦରରେ ସ୍କ୍ରିନିଂ ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

ଅନ୍ୟପଟେ  ଝାରସୁଗୁଡ଼ା ହସ୍ପିଟାଲ୍‌ରେ  ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ରେଳ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଚୀନ ଏବଂ ହଙ୍ଗକଙ୍ଗରେ ଏହି ଭାଇରସ୍‌ ଆତଙ୍କ ଖେଳାଇଛି। ଚୀନ ଓ ହଙ୍ଗକଙ୍ଗରୁ ଭାରତ ଆସୁଥିବା ଲୋକଙ୍କର ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ହୋଇଥିଲା। ଦିଲ୍ଲୀ ଏମ୍‌ସରେ ମଧ୍ୟ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି।

Comment