ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜମା ଏବଂ ଥଣ୍ଡା ସର୍ଦ୍ଦି ଭଳି ରୋଗ ଦୂର କରିବାଠାରୁ ଆରମ୍ଭ କରି ପୋଷାକରୁ ଦାଗ ଛଡାଇବା ପର୍ଯ୍ୟନ୍ତ ଲେମ୍ବୁର ରହିଛି ବିରାଟ ଉପଯୋଗିତା

ଲେମ୍ବୁ ଖାଲି ସ୍ୱାଦିଷ୍ଟ ସର୍ବତ ହୁଏ ନାହିଁ କି ଖାଦ୍ୟର ସ୍ୱାଦ ବଢାଏ ନାହିଁ ଏହାର କେତେକ ବିଶେଷ ବ୍ୟବହାର ମଧ୍ୟ ରହିଛି। ଆସନ୍ତୁ ଜାଣିବା ଲେମ୍ବୁର ଉପକାରୀ ଗୁଣ ବିଷୟରେ।

ଆଜମା ଏବଂ ଥଣ୍ଡା ସର୍ଦ୍ଦି

ଶୋଇବା ଘରେ କଟା ଲେମ୍ବୁ ରଖିବାଦ୍ୱାରା ଖୁବ୍ ସତେଜ ସୁଗନ୍ଧ ଆସିଥାଏ। ଯାହାଦ୍ୱାରା ରୁମ୍ ସ୍ପ୍ରେ ଭଳି ରସାୟନଯୁକ୍ତ ଜିନିଷର ବ୍ୟବହାର କରିବାକୁ ପଡେ ନାହିଁ। ଏହାଛଡା ଶୋଇବା ଘରେ ଲେମ୍ବୁର ସୁଗନ୍ଧ ଦ୍ୱାରା ଆଜମା ଏବଂ ଥଣ୍ଡା ସର୍ଦ୍ଦିରେ ପୀଡିତ ବ୍ୟକ୍ତିଙ୍କ ଶ୍ୱାସକ୍ରିୟା ସହଜ କରାଇବାରେ ସହାୟକ ହୋଇଥାଏ।

କେଶ ଝଡ଼ିବା

କେଶ ଝଡୁଥିଲେ ଆପଣ ନଡିଆ ତେଲ ସହ ଲେମ୍ବୁ ରସ ଲଗାଇବା ଦ୍ୱାରା କେଶ ଝଡା ବନ୍ଦ ହୋଇଯାଇଥାଏ। କେଶ ରଙ୍ଗ କରି ଯଦି ବିରକ୍ତ ହୋଇଯିବେଣି ତେବେ ଏହାକୁ ଛଡାଇବା ଲାଗି ଆପଣ ଲେମ୍ବୁ ରସକୁ ବ୍ୟବହାର କରିପାରିବେ। କାରଣ ଏଥିରେ ଥିବା ସାଇଟ୍ରିକ୍ ଏସିଡ୍ ଯୋଗୁଁ ରଙ୍ଗ ସହଜରେ ଛାଡିଯାଇଥାଏ।

କଳାଦାଗ ଦୂର

ଲେମ୍ବୁ ଚୋପାକୁ ଆପଣ କହୁଣୀ ଓ ଆଣ୍ଠୁରେ ବାରମ୍ବାର ଘଷିବାଦ୍ୱାରା କଳାଦାଗ ଲିଭିଯାଇଥାଏ। ଲେମ୍ବୁ ଚୋପାକୁ ମୁହଁରେ ଘଷିବା ଦ୍ୱାରା ମୁହଁରେ ଥିବା କଳାଦାଗ ଲିଭିଯାଇଥାଏ।

ମୋଟାପଣ ଦୂର

ମୋଟାପଣ ଦୂର କରିବାରେ ମଧ୍ୟ ଆପଣ ଲେମ୍ବୁକୁ ବ୍ୟବହାର କରିପାରିବେ। ପ୍ରତିଦିନ ସକାଳୁ ନଖ ଉସୁମ ପାଣିରେ ମହୁ ସହ ଲେମ୍ବୁରସ ମିଶ୍ରଣ କରି ପିଇବାଦ୍ୱାରା ମୋଟାପଣ ଦୂର ହେବା ସହ ପେଟ ରୋଗ ମଧ୍ୟ ଦୂର ହୋଇଥାଏ।

ସେଓ କାଟି କିଛି ସମୟ ରଖିଦେଲେ ତାହା ମାଟିଆ ରଙ୍ଗ ହୋଇଯିବାର ଦେଖିଥିବେ ତେବେ ଏଭଳି ଅବସ୍ଥାରେ ଆପଣ ସେଓ ଖଣ୍ଡରେ ଲେମ୍ବୁ ରସ ଟିକେ ଲଗାଇଦେବେ,ପରେ ଦେଖିବେ ତାହା ପୂର୍ବପରି ସତେଜ ଦେଖାଯିବ।

ମାଇକ୍ରୋେଓ୍ବଭ୍ ଭିତର ଯଦି ଦୁର୍ଗନ୍ଧ ହେଉଥାଏ,ତେବେ ଗୋଟିଏ ପାତ୍ରରେ କିଛି ଲେମ୍ବୁ ଖଣ୍ଡ ପକାଇ ଏଥିରେ ରଖି ଏହାକୁ ଅନ୍ କରିଦେବେ ଓ ଏହାର ବାମ୍ଫ ଭିତରେ ଜମିଗଲେ କପଡାରେ ଏହାକୁ ଭଲଭାବରେ ପୋଛି ସଫା କରିଦିଅନ୍ତୁ,ତାପରେ ଦେଖିବେ ଆଉ ଦୁର୍ଗନ୍ଧ ବାହାରିବ ନାହିଁ।

ପୋଷାକରେ କୌଣସି ଗହିରିଆ ଦାଗ ଲାଗିଯାଇଥିଲେ ସେଥିରେ ଲେମ୍ବୁରସ ସହିତ ବେକିଂ ସୋଡାକୁ ମିଶ୍ରଣ କରି ଥଣ୍ଡାପାଣିରେ ଭଲଭାବରେ ସଫା କରି ଦିଅନ୍ତୁ ଦେଖିବେ ପୋଷାକରେ ଲାଗିଥିବା ଦାଗ ସଂପୂର୍ଣ୍ଣ ଭାବରେ ଛାଡିଯିବ।

ଗାଧୁଆ ଘର ଆଇନା ହେଉ କି କାର କାଚ ସଫା କରିବା ପାଇଁ ଆପଣ ଲେମ୍ବୁରସକୁ ବ୍ୟବହାର କରିପାରିବେ। ଏଥିସହ ପ୍ଲାଷ୍ଟିକ ବୋତଲ କିମ୍ବା ଟିଫିନ୍ ବକ୍ସରେ ତେଲ ଲାଗି ଦୁର୍ଗନ୍ଧ ହେଉଥିଲେ ମଧ୍ୟ ଲେମ୍ବୁକୁ ବ୍ୟବହାର କରିପାରିବେ,ଏଥିପାଇଁ ଏହାକୁ ରାତିସାରା ଲେମ୍ବୁରସ ସହ ବେକିଂ ସୋଡା ଭିଜାଇ ଦେଇ ସକାଳୁ ସଫା କରିବାଦ୍ୱାରା ଏଥିମଧ୍ୟରୁ ବାହାରୁଥିବା ଦୁର୍ଗନ୍ଧ ଏକପ୍ରକାରେ ବାହାରି ଯାଇଥାଏ।

Comment