ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆପଣ ବିଭିନ୍ନ ଘରମାନଙ୍କରେ ଲାଫିଙ୍ଗ୍ ବୁଦ୍ଧ ଦେଖିବାକୁ ପାଇଥିବେ। ଏହାକୁ ଲୋକ ସୁଖ ଓ ସମୃଦ୍ଧିର ପ୍ରତୀକ ବୋଲି ଗ୍ରହଣ କରିଛନ୍ତି। ତେଣୁ ଲୋକମାନେ ଏହି ମୂର୍ତ୍ତିକୁ ଘରେ କିମ୍ବା ତାଙ୍କ ଅଫିସରେ ରଖିଥିବା ଦେଖିବାକୁ ମିଳିଥାଏ।

ତେବେ ଲାଫିଙ୍ଗ ବୁଦ୍ଧ କିଏ? ଜାଣନ୍ତୁ, ତାଙ୍କ ହସ ପଛର କାରଣ କଣ ?

କିମ୍ବଦନ୍ତୀ ଅନୁସାରେ ଲାଫିଙ୍ଗ୍ ବୁଦ୍ଧ ହେଉଛନ୍ତି ମହାତ୍ମା ଗୌତମ ବୁଦ୍ଧଙ୍କ ଜଣେ ଶିଷ୍ୟ। ତାଙ୍କର ପକୃତ ନାଁ ହେଉଛି ହୋତେଇ। ସେ ଜାପାନରେ ଜନ୍ମଗ୍ରହଣ କରିଥିଲେ।

ତାଙ୍କୁ ଜ୍ଞାନ ପ୍ରାପ୍ତି ହେବାପରେ ସେ ଜୋରରେ ହସିବାକୁ ଲାଗିଥିଲେ। ଲୋକମାନଙ୍କୁ ହସେଇବା ଓ ତାଙ୍କୁ ଖୁସି ଦେଖିବା ତାଙ୍କ ଜୀବନର ଲକ୍ଷ୍ୟ ବୋଲି ସେ  ଗ୍ରହଣ କରିନେଇଥିଲେ। ଏଥିପାଇଁ ସେ ସବୁ ଜାଗାରେ ନିଜର ମୋଟା ପେଟକୁ ଦେଖାଇ ଲୋକଙ୍କୁ ହସାଇବାକୁ ଚେଷ୍ଟା କରୁଥିଲେ।

ଏଥିପାଇଁ ଜାପାନ ଓ ଚୀନରେ ଲୋକ ତାଙ୍କୁ ହସୁଥିବା ବୁଦ୍ଧ ବା ଲାଫିଙ୍ଗ୍ ବୁଦ୍ଧ ବୋଲି ଡାକିବାକୁ ଲାଗିଲେ। ତାଙ୍କ ପରେ ତାଙ୍କର ଶିଷ୍ୟମାନେ ମଧ୍ୟ ତାଙ୍କର ଏହି କାର୍ଯ୍ୟକୁ ଆଗକୁ ବଢ଼ାଇଥିଲେ। ଲାଫିଙ୍ଗ୍ ବୁଦ୍ଧଙ୍କୁ  ଚୀନରେ ଲୋକ ଭଗବାନଙ୍କ ସହ ତୁଳନା କରିଥାନ୍ତି।

Comment