ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜକ୍ଷମା ଖାରଜର ନ୍ୟାୟିକ ସମୀକ୍ଷା ପାଇଁ ନିର୍ଭୟା ଦୋଷୀ ମୁକେଶ ସିଂ କରିଥିବା ଆବେଦନର ଶୁଣାଣି କରିବାକୁ ରାଜି ହେଲେ ସୁପ୍ରିମକୋର୍ଟ। ଫେବ୍ରୁଆରି ୧ରେ ଫାଶୀ ଦେବା ଲାଗି ଡେଥ୍‌ ଓ୍ୱାରେଣ୍ଟ ଜାରି ହୋଇଥିବାରୁ ମୁକେଶ ଆବେଦନ ତୁରନ୍ତ ଶୁଣାଣି କରିବା ଜରୁରୀ ବୋଲି କହିଛନ୍ତି ପ୍ରଧାନ ବିଚାରପତି ଏସ୍‌ ଏ ବୋବଡେ।

ପୂର୍ବରୁ ଜାନୁଆରି ୨୨ରେ ଦୋଷୀଙ୍କୁ ଫାଶୀ ଦେବାକୁ ସ୍ଥିର ହୋଇଥିଲା। ମୁକେଶ ସିଂ ରାଜକ୍ଷମା ପାଇଁ ଆବେଦନ କରିଥିବାରୁ ଫାଶୀ ତାରିଖ ଘୁଞ୍ଚାଯାଇଥିଲା। ରାଷ୍ଟ୍ରପତି ମୁକେଶର ରାଜକ୍ଷମା ଆବେଦନ ଖାରଜ କରିବା ପରେ ଫ୍ରେବୁଆରି ୧ରେ ଫାଶୀ ପାଇଁ ନୂଆ ତାରିଖ ଘୋଷଣା ହୋଇଥିଲା। ରାଜକ୍ଷମା ଆବେଦନ ଖାରଜକୁ ଚାଲେଞ୍ଜ କରି ମୁକେଶ ଗତ ଶନିବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲା।

ଫାଶୀ ରୋକିବାକୁ ନିର୍ଭୟା ଦୋଷୀ ଗୋଟିଏ ପରେ ଗୋଟିଏ ଚାଲ୍‌ କରୁଥିବା ସବୁଠି ଚର୍ଚ୍ଚା ହେଉଛି।

Comment