ଓଡ଼ିଶାଲାଇଭ୍ ବ୍ୟୁରୋ

NPR ଉପରେ ରୋକ୍ ଲଗାଇବାକୁ ମନା କରିଦେଲେ ସୁପ୍ରିମକୋର୍ଟ। ସୋମବାର ସପ୍ରିମକୋର୍ଟ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର ଉପରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ବିଚାର କରିଥିଲେ। ଏହାର ଶୁଣାଣି କରି କୋର୍ଟ ଏନପିଆର୍ ପକ୍ରିୟା ଉପରେ ରୋକ୍ ଲଗାଇବାକୁ ମନା କରିଦେଇଛନ୍ତି।

ଏନପିଆରରେ ଲୋକମାନଙ୍କୁ ତଥ୍ୟ ସୁରକ୍ଷିତ ନୁହେଁ ବୋଲି ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ଯାହାର ବିଚାର କରିଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି ଯେ ସିଏଏ ଓ ଏନପିଆରକୁ ନେଇ ଥିବା ସମସ୍ତ ମାମଲାର ଶୁଣାଣି ଏକା ଥରକେ କରାଯିବ। ଏହା ପୂର୍ବରୁ କୋର୍ଟ ଫେବ୍ରୁଆରିରେ ସିଏଏକୁ ନେଇ ଥିବା ସମସ୍ତ ଜନସ୍ୱାର୍ଥ ମାମଲାର ବିଚାର ହେବ ବୋଲି ଶୁଣାଣି କରିସାରିଛନ୍ତି।

ଏଥିସହ ସୁପ୍ରିମକୋର୍ଟ ଏନପିଆରକୁ ନେଇ କେନ୍ଦ୍ର ସରକାରଙ୍କୁ ମଧ୍ୟ ନିଜର ନିଷ୍ପତ୍ତି ଶୁଣାଇଦେଇଛନ୍ତି।

କେନ୍ଦ୍ର ସରକାର ଏହି ଏନପିଆର ସାହାଯ୍ୟରେ ଦେଶର ସମସ୍ତ ଲୋକଙ୍କ ତଥ୍ୟ ସଂଗ୍ରହ କରିବେ ବୋଲି ଯୋଜନା କରୁଛନ୍ତି। ତେବେ ଏହାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି। ଏହାଦ୍ୱାର ସଂଗୃହୀତ ତଥ୍ୟକୁ ଦୁରୁପୋଯୋଗ କରାଯାଇପାରିବ ବୋଲି କେତେକ ବୁଦ୍ଧିଜୀବୀ କହୁଛନ୍ତି।

Comment