ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ପ୍ରଖ୍ୟାତ ଫିଲ୍ମ ପ୍ରଯୋଜକ ବିଧୁ ବିନୋଦ ଚୋପ୍ରାଙ୍କ ଆଗାମୀ ଫିଲ୍ମ ‘ସିକାରା’ର ଦ୍ୱିତୀୟ ଟ୍ରେଲର ରିଲିଜ୍ ହୋଇଛି। ପ୍ରଥମ ଟ୍ରେଲର ଭଳି ଦ୍ୱିତୀୟ ଟ୍ରେଲରକୁ ମଧ୍ୟ ଲୋକମାନେ ବେଶ୍ ପସନ୍ଦ କରିବା ସହ ସୋସିଆଲ୍ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସିକାରା ଫିଲ୍ମରେ ଦର୍ଶକ ୧୯୮୯ ମସିହାର କଶ୍ମୀର ପଣ୍ଡିତଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟରେ ଦେଖିବାକୁ ପାଇବେ। କିଭଳି ୩୦ ବର୍ଷ ପୂର୍ବେ କଶ୍ମୀରର ହିନ୍ଦୁ ପଣ୍ଡିତଙ୍କ ଉପରେ ଅତ୍ୟାଚାର କରାଯାଇ ସେମାନଙ୍କୁ ବିସ୍ଥାପିତ କରାଯାଉଥିଲା ତାହା ଏହି ଫିଲ୍ମରେ ଦେଖିବାକୁ ମିଳିବ।

ସିକାରା ଫିଲ୍ମରେ ଅଭିନେତା ଆଦିଲ୍ ଖାନ୍ ଓ ଅଭିନେତ୍ରୀ ସାଦିଆ ପ୍ରଥମ କରି ଅଭିନୟ କରିଛନ୍ତି। ଏହି ଦୁଇ ଯୋଡ଼ିଙ୍କର ଏହା ପ୍ରଥମ ଫିଲ୍ମ। ଫିଲ୍ମର ପ୍ରଥମ ଟ୍ରେଲର ମଧ୍ୟ ଲୋକଙ୍କୁ ବେଶ୍ ପସନ୍ଦ ଆସିଥିଲା। ଫିଲ୍ମଟି ଆସନ୍ତା ଫେବ୍ରୁଆରି ୭ ତାରିଖରେ ପରଦାକୁ ଆସିବ ବୋଲି ଟ୍ରେଲରେ କୁହାଯାଇଛି।

Comment