ଓଡ଼ିଶାଲାଇଭ୍ ବ୍ୟୁରୋ

ଗର୍ଭପାତ ସଂଶୋଧନ ବିଲକୁ ବୁଧବାର କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁର କରି ଦେଇଛନ୍ତି। ସଂସଦର ଆଗାମୀ ଅଧିବେଶନରେ ଏହି ବିଲ ଉପସ୍ଥାପନ କରାଯିବ।

ଏହି ବିଲ ସଂସଦରେ ପାସ୍ ହୋଇଯିବା ପରେ ମହିଳାମାନଙ୍କୁ ୨୦ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିବାକୁ ଅନୁମିତ ମିଳିବ। ଏପରିକି ବିଶେଷ କ୍ଷେତ୍ରରେ ମହିଳାମାନେ ୨୪ ସପ୍ତାହ ପର୍ଯ୍ୟନ୍ତ ନିଜର ଗର୍ଭପାତ କରିପାରିବେ। ଏହା ଆଇନ୍ ଅନୁଯାୟୀ ଅପରାଧ ହେବ ନାହିଁ।

ଏହାଦ୍ୱାରା ଦୁଷ୍କର୍ମ ପୀଡ଼ିତା, ନାବାଳିକା ଓ ଭିନ୍ନକ୍ଷମ ମହିଳାମାନେ ଅବାଞ୍ଛିତ ଗର୍ଭଧାରଣରୁ ମୁକ୍ତି ପାଇପାରିବେ। ପୂର୍ବରୁ ମହିଳାମାନେ ଗର୍ଭଧାରଣ କରିବାର ତିନି ମାସ ଭିତରେ ଗର୍ଭପାତ କରିପାରୁଥିଲେ। ଏବେ ଏହି ସମୟସୀମାକୁ ୨୪ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

Comment