ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ଛୋଟ ପିଲାମାନେ ଖଟରେ ଶୋଇଥିଲା ବେଳେ ଗଡ଼ିକି ତଳେ ପଡ଼ିଯାଆନ୍ତି। ଛୋଟପିଲା ଅଧିକ ଚଳଚଞ୍ଚଳ ହୋଇଥିବାରୁ ସାମାନ୍ୟ ଅସାବଧାନତାରୁ ଏଭଳି ଘଟଣା ଘଟିଥାଏ। ଯଦି ଆପଣଙ୍କ ଘରେ ବି ଏଭଳି ଘଟଣା ଘଟୁଛି ତେବେ ଜାଣି ରଖନ୍ତୁ କ’ଣ କରିବେ?

ଖଟରୁ ପଡ଼ିଲା ପରେ ଅଧିକାଂଶ ସମୟରେ ଶିଶୁଙ୍କ ମୁଣ୍ଡରେ ଆଘାତ ଲାଗିଥାଏ। ଏଥିପାଇଁ ଯଦି ପିଲା ଖଟରୁ ପଡ଼ିଯାଏ ସର୍ବପ୍ରଥମେ ଆପଣ ଶିଶୁର ସବୁଆଡ଼େ ଭଲ କରି ଦେଖନ୍ତୁ। ମୁଣ୍ଡ ବା ଅନ୍ୟ କୌଣସି ଅଙ୍ଗରେ ଆଘାତ ଲାଗିଛି ତାହା ଦେଖନ୍ତୁ।

ଏହାପରେ ପିଲାର ଆଖିକୁ ଭଲ ସେ ଦେଖନ୍ତୁ। ଯଦି ପିଲା ଭଲରେ ଦେଖୁଛି ତେବେ ଜାଣିବେ ପିଲାକୁ ବେଶୀ ଆଘାତ ଲାଗିନାହିଁ।

ଯଦି ପିଲା ଖଟରୁ ପଡ଼ିଲା ପରେ ଅଧିକ ଜୋରରେ କାନ୍ଦୁଛି ବା ଅଚେତ ହୋଇପଡ଼ୁଛି ତେବେ ତୁରନ୍ତ ତାକୁ ମେଡିକାଲ ନେଇ ଯାଆନ୍ତୁ।

ଯଦି ପିଲା ବାନ୍ତି କରୁଛି ବା ଜ୍ୱର ଆସୁଛି ତେବେ ତୁରନ୍ତ ପିଲାକୁ ମେଡିକାଲରେ ଭର୍ତ୍ତି କରାନ୍ତୁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଆପଣ ଶିଶୁଙ୍କ ଉପରେ ନଜର ରଖନ୍ତୁ। ଯଦି ଆପଣ ସାମାନ୍ୟ ପରିବର୍ତ୍ତନ ଦେଖିଲେ ଡାକ୍ତର ପରାମର୍ଶ କରନ୍ତୁ।

Comment