ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

‘ତାନାଜୀ’ରେ ଢେର ସଫଳତା ପାଇବା ପରେ  ଆଉ ଏକ ଦମଦାର୍‌ ଫିଲ୍ମ ନେଇ ଆସୁଛନ୍ତି ଅଜୟ ଦେଗଗନ। ଏହି ଫିଲ୍ମ ହେଉଛି ‘ମଇଦାନ’। ଫିଲ୍ମର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ ହୋଇସାରିଛି।

ଏହି ଫିଲ୍ମ ଫୁଟବଲ୍‌ର କୋଚ୍‌ ସୟଦ ଅବଦୁଲାଙ୍କ ଜୀବନୀକୁ ନେଇ ନିର୍ମାଣ ହୋଇଛି। ଏଥିରେ ଅଜୟ ଦେବଗନ କୋଚ୍‌ ସୟଦଙ୍କ ଚରିତ୍ରରେ ଅଭିନୟ କରିବେ।

ଅମିତ ଶର୍ମା ଫିଲ୍ମର ନିର୍ଦ୍ଦେଶନା ଦେଉଥିଲା ବେଳେ ବୋନି କପୁର ଏହାକୁ ପ୍ରଡ୍ୟୁସ କରୁଛନ୍ତି। ଫିଲ୍ମଟି ଚଳିତ ବର୍ଷ ନଭେମ୍ବର ୨୭ରେ  ରିଲିଜ ହେବାର ଅଛି। ତାନାଜୀ ଭଳି ଅଜୟଙ୍କ ଏହି ଫିଲ୍ମକୁ ବି ଦର୍ଶକଙ୍କ ଢେର ସାରା ଭଲ ପାଇବା ମିଳିବ ବୋଲି ଅନୁମାନ କରାଯାଉଛି।

Comment