ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏବେର ବ୍ୟସ୍ତବହୁଳ ଜୀବନରେ ଖାଦ୍ୟପେୟରେ ଅନିୟମିତତା କେଶକୁ ଅଧିକ ପ୍ରଭାବିତ କରୁଛି। କିଏ ରୂପି ପାଇଁ ତ ଆଉ କିଏ କେଶ ଝଡ଼ିବାକୁ ନେଇ ଚିନ୍ତାରେ ପଡ଼ୁଛନ୍ତି। ଆପଣ ବି ଯଦି ଏମିତି ସମସ୍ୟାକୁ ନେଇ ଚିନ୍ତାରେ ଅଛନ୍ତି ତେବେ ନିଶ୍ଚୟ ଏହି ଟିପ୍ସ ଆପଣାନ୍ତୁ। ଦେଖିବେ ନିଶ୍ଚୟ ଫରକ ଅନୁଭବ କରିପାରିବେ।

୧- ୨ରୁ ୩ ଚାମଚ ଦହି ସହିତ ଏକ ଚାମଚ ଗୋଲମରିଚ ଗୁଣ୍ଡ ମିଶାଇ ଏହି ପେଷ୍ଟକୁ ମୁଣ୍ଡରେ ଲଗାନ୍ତୁ। ଏହି ପ୍ୟାକ୍‌ ଲଗାଇବାର ୨୦ ମିନିଟ୍ ପରେ କେଶ ଧୋଇ ଦିଅନ୍ତୁ। ଦହି ଆପଣଙ୍କ କେଶକୁ ନରମ କରିବା ସହ ଗୋଲମରିଚରେ ଥିବା କପର୍ କେଶକୁ ଧଳା ହେବାରେ ରୋକିଥାଏ।

୨- ଅଲିଭ ଅଏଲ୍‌ରେ ଅଳ୍ପ ଟିକଏ ଗୋଲମରିଚ ଗୁଣ୍ଡ ମିଶାଇ ତାକୁ କେଶରେ ମାଲିସ୍ କରନ୍ତୁ। ତା’ ପରଦିନ କେଶ ଧୋଇଦିଅନ୍ତୁ। ଏହା କେଶରେ ରୂପି ସମସ୍ୟା ଦୂର କରିଥାଏ।

୩- ଅଲିଭ ଅଏଲ୍‌ରେ ଅଳ୍ପ ଟିଏ ଗୋଲମରିଚ ଗୁଣ୍ଡ ମିଶାଇ ଏକ ବୋତଲରେ ରଖି ଦିଅନ୍ତୁ। ଦୁଇ ସପ୍ତାହ ପରେ ଏହାକୁ କାଢ଼ି ମୁଣ୍ଡରେ ଲଗାନ୍ତୁ। ୩୦ ମିନିଟ୍ ରଖିବା ପରେ କେଶକୁ ଧୋଇ ଦିଅନ୍ତୁ। ଏପରି କଲେ ଚନ୍ଦାପଣ ଦୂର ହୁଏ।

Comment