ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ପ୍ରଥମ କୋରୋନା ଆକ୍ରାନ୍ତ ଗୁରୁବାର କେରଳରେ ଚିହ୍ନଟ ହୋଇଛନ୍ତି। କେରଳର ଜଣେ ଛାତ୍ର ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ଛାତ୍ର ଜଣକ ଚୀନର ୟୁହାନ ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲେ। ଚୀନରୁ ଆକ୍ରାନ୍ତ ହୋଇ ଭାରତ ଫେରିଥିବା ସୂଚନା ମିଳିଛି। ଏବେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ତାଙ୍କୁ ସ୍ୱତନ୍ତ୍ର ୱାର୍ଡ଼ରେ ରଖି ଚିକିତ୍ସା କରାଯାଉଛି। ଚୀନରେ କରୋନା ଭାଇରସ ଯୋଗୁଁ ଏଯାବତ୍‌ ୧୭୦ ଜଣ ଲୋକଙ୍କର ଜୀବନ ଗଲାଣି। ଏହି ଭାଇରସ ଏବେ ସାରାବିଶ୍ୱରେ ଆତଙ୍କ ସୃଷ୍ଟି କରିଛି।

Comment