ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୁକ୍ରବାରଠୁ ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହେବ। ଫେବ୍ରୁଆରି ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଶୁକ୍ରବାର ଅର୍ଥନୈତିକ ସର୍ଭେ ରିପୋର୍ଟ ଆସିବ। ଏହି ସର୍ଭେ ରିପୋର୍ଟ ମଧ୍ୟ ଅର୍ଥମନ୍ତ୍ରୀ ଉପସ୍ଥାପନ କରିବେ। ତେବେ ଅଧିକାଂଶ ଲୋକଙ୍କ ମନରେ ପ୍ରଶ୍ନ ଉଠେ ଯେ  ବଜେଟର ଗୋଟିଏ ଦିନ ପୂର୍ବରୁ କାହିଁକି ଅର୍ଥନୈତିକ ସର୍ଭେ ରିପୋର୍ଟ ଦିଆଯାଏ।

 କ’ଣ ଏହି ସର୍ଭେ ରିପୋର୍ଟ?

ଏହି ରିପୋର୍ଟ ସହ ଦେଶର ଆର୍ଥିକ ବିକାଶ ଜଡ଼ିତ ହୋଇଥାଏ। ଏହି ରିପୋର୍ଟ ଦ୍ୱାରା ଗତବର୍ଷର ଆର୍ଥିକ ଅବସ୍ଥା କିପରି ଥିଲା ତାହା ଔପଚାରିକ ଭାବେ ଜଣାପଡ଼ିଥାଏ। ଏହାବ୍ୟତୀତ ଆଗାମୀ ସମୟରେ ଦେଶର ଅର୍ଥ ବ୍ୟବସ୍ଥାରେ କ’ଣ ପରିବର୍ତ୍ତନ ହୋଇପାରିବ ତାହା ମଧ୍ୟ ଜଣାପଡ଼ିଥାଏ।

କେମିତି ପ୍ରସ୍ତୁତ ହୁଏ ଏହି ରିପୋର୍ଟ?

ଏହି ରିପୋର୍ଟ ଅର୍ଥ ମନ୍ତ୍ରାଳୟର ମୁଖ୍ୟ ଆର୍ଥିକ ପରାମର୍ଶଦାତା ଓ ତାଙ୍କ ଟିମ୍‌ ପ୍ରସ୍ତୁତ କରନ୍ତି। ଏଥର ମୁଖ୍ୟ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ ରିପୋର୍ଟ ପ୍ରସ୍ତୁତ କରିବେ।

Comment