ଓଡ଼ିଶାଲାଇଭ୍‌ ଏଣ୍ଟରମେଣ୍ଟ ବ୍ୟୁରୋ

ଗୋଟିଏ ଫିଲ୍ମରେ ଏକାଠି ଆସବେ ଅକ୍ଷୟ କୁମାର, ସାରା ଅଲ୍ଲୀ ଖାନ, ଧନୁଷ। ଆନନ୍ଦ ଏଲ ରାୟଙ୍କ ଫିଲ୍ମ ‘ଅତରଙ୍ଗୀ ରେ’ରେ ଏହି ୩ କଳାକାରଙ୍କୁ ଦେଖିବାକୁ ପାଇବେ ଦର୍ଶକ। ମିଡିଆ ରିପୋର୍ଟ ଅନୁସାରେ ଏହି ଫିଲ୍ମ କରିବାକୁ ଖିଲାଡ଼ି କୁମାର ଅକ୍ଷୟ କୁମାର ୧୦ ମିନିଟରେ ହଁ କରିଛନ୍ତି।

ଯାହାକୁ ନେଇ ଏବେ ସବୁଠୁ ଚର୍ଚ୍ଚା ହେଉଛି। ଅକ୍ଷୟଙ୍କର ଏହା ପ୍ରଥମ ଫିଲ୍ମ ଯେଉଁଥିରେ ସେ ସାରା ଓ ଧନୁଷଙ୍କ ସହ କାମ କରିବେ। ସେପଟେ ଏବେ ଯାଏଁ ଏହି ଫିଲ୍ମର କାହାଣୀ ଜଣା ପଡ଼ିନ ଥିବାବେଳେ ଏଥିରେ ଅକ୍ଷୟଙ୍କ ଚରିତ୍ର ଚାଲେଞ୍ଜିଙ୍ଗ୍‌ ରହିଛି।

ସାରାଙ୍କ ଆଉ ଏକ ଫିଲ୍ମ ‘ଲଭ୍‌ ଆଜକଲ’ ଫେବ୍ରୁଆରି ୧୪ ଭାଲେଣ୍ଟାଇନ୍ସ ଡେ’ରେ ରିଲିଜ ହେବ। ଏଥିରେ ତାଙ୍କ ବିପକ୍ଷରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ନାୟକ ସାଜିଛନ୍ତି।

Comment