ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଦମଦାର ଟ୍ରେଲର ଶୁକ୍ରବାର ରିଲିଜ ହୋଇଛି। ଏହି ଫିଲ୍ମରେ ତାପସୀଙ୍କ ଜବରଦସ୍ତ ଅଭିନୟ ପୁଣିଥରେ ଦର୍ଶକଙ୍କ ହୃଦୟ ଜିତିଛି। ଘରୋଇ ହିଂସା, ମହିଳାଙ୍କ ଆତ୍ମସମ୍ମାନକୁ ନେଇ ଉପରେ ଫିଲ୍ମର କାହାଣୀ ଆଧାରିତ ହୋଇଛି। ଏଥିରେ ତାପସୀ ଲିଡ୍‌ ରୋଲ୍‌ରେ ଅଛନ୍ତି। ଭଲ ପାଇବାରେ ବା ସଂପର୍କରେ କ’ଣ ଥପ୍ପଡ୍‌ର ସ୍ଥାନ ଅଛି? ଫିଲ୍ମରେ ଏଭଳି ଏକ ପ୍ରଶ୍ନ ଉଠାଇଛନ୍ତି ତାପସୀ।

ଟ୍ରେଲରରେ ଦେଖାଯାଇଛି ଯେ, ତାପସୀ ବିବାହ ପରେ ସ୍ୱାମୀଙ୍କ ସହିତ ଖୁସିରେ ଅଛନ୍ତି। ହେଲେ ଗୋଟିଏ ଦିନ ତାଙ୍କ ସ୍ୱାମୀ ସମସ୍ତଙ୍କ ସାମ୍ନାରେ ତାଙ୍କ ଉପରକୁ ହାତ ଉଠାଇଛନ୍ତି। ଏହି କଥାକୁ ନେଇ ତାପସୀ ନିଜ ସହ ଲଢ଼ୁଛନ୍ତି ଯେ କ’ଣ ଏହା ଏକ ସାମନ୍ୟ କଥା?

ତା’ପରେ କୋର୍ଟରେ ଛାଡ଼ପତ୍ର ପାଇଁ ମଧ୍ୟ ତାପସୀ କେସ୍‌ ଲଢ଼ୁଥିବା ଦେଖିବାକୁ ମିଳିଛି। ତାପସୀ ନିଜେ ତାଙ୍କ ଇନଷ୍ଟାଗ୍ରାମରେ ଫିଲ୍ମର ଟ୍ରେଲର ସେୟାର କରିଛନ୍ତି। ‘ବାସ୍‌ ଏକ ଥପ୍ପଡ, ପର୍‌ ନେହି ମାର୍‌ ସକତା’ ବୋଲି କ୍ୟାପସନ ଲେଖିଛନ୍ତି ତାପସୀ।

ଏଥିରେ ତାପସୀଙ୍କ ବ୍ୟତୀତ ରତ୍ନା ପାଠକ, ମାନବ କୌଲ, ଦୀୟା ମିର୍ଜାଙ୍କ ଭଳି କଳାକାରଙ୍କୁ ଦେଖିବାକୁ ମିଳିବ। ଫିଲ୍ମଟି ଫେବ୍ରୁଆରି ୨୮ରେ ରିଲିଜ ହେବ।

Comment