ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରି ୧୯ରୁ ମାଟ୍ରିକ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ୨୦୨୦ ହାଇସ୍କୁଲ ସାର୍ଟିଫିକେଟ୍‌ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ମୋଟ୍‌ ୬ ଲକ୍ଷ ୬୦ ହଜାର ୮୯୧ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି। ସେମାନଙ୍କ ପାଇଁ ୨୮୮୮ଟି ପରୀକ୍ଷା କେନ୍ଦ୍ର ସ୍ଥିର ହୋଇଛି। ପ୍ରଶ୍ନପତ୍ର ରଖିବା ପାଇଁ ୩୦୭ଟି ନୋଡାଲ ସେଣ୍ଟର ସ୍ଥିର ହୋଇଛି। ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ୨୨ଟି ଥାନାକୁ ନୋଡାଲ ସେଣ୍ଟର ଭାବେ ଚୟନ କରାଯାଇଛି।

ସେହିପରି ମାଟ୍ରିକ ଖାତା ମୂଲ୍ୟାୟନ ପାଇଁ ୫୩ଟି କେନ୍ଦ୍ର ସ୍ଥିର କରାଯାଇଛି। ଫେବ୍ରୁଆରି ୭ରେ ବୋର୍ଡ ଓ୍ୱେବସାଇଟ୍‌ www.bseodisha.ac.in ରେ ଆଡମିଟ୍‌ କାର୍ଡ ପଠାଯିବ। ମାର୍ଚ୍ଚ ୧୮ତାରିଖରୁ ଏପ୍ରିଲ ୪ତାରିଖ ମଧ୍ୟରେ ଖାତା ମୂଲ୍ୟାୟନ କରାଯିବାକୁ ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ ହୋଇଛି।

ହାଇସ୍କୁଲ ସାର୍ଟି‌ଫିକେଟ୍ ପରୀକ୍ଷା(ମାଟ୍ରିକ୍), ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ସଂକ୍ରାନ୍ତ ସମସ୍ତ ସୂଚନା ବୋର୍ଡ ୱେବ୍‌ସାଇଟ୍‌ www.bseodisha.ac.inରେ ଛଡ଼ାଯାଇଛି।

Comment