ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନରୁ ସୃଷ୍ଟ ଭୟଙ୍କର କୋରୋନା ଭାଇରାସ ଏବେ ବିଶ୍ୱର ୧୫ଟି ଦେଶକୁ ବ୍ୟାପି ସାରିଲାଣି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାକୁ ଗ୍ଲୋବାଲ ହେଲ୍‌ଥ ଏମର୍ଜେନ୍ସୀ ଭାବେ ଘୋଷଣା କରିଛି। ଆସନ୍ତୁ ଜାଣିବା ଏହି କୋରାନା ଭାଇରସ ଆକ୍ରାନ୍ତ ଲୋକଙ୍କ ନିକଟରେ କେଉଁ ପ୍ରକାର ଲକ୍ଷଣ ଦେଖାଯାଏ?

କୋରୋନା ଭାଇରସ୍‌ର ଲକ୍ଷଣ

କୋରୋନା ଭାଇରସ୍‌ ଯୋଗୁଁ ଶ୍ଵସନ ତନ୍ତ୍ରରେ ସଂକ୍ରମଣ ହୋଇଥାଏ। ଏହାପରେ ସାଧାରଣ ଭାବେ ଥଣ୍ଡା ଜ୍ଵର ହୋଇଥାଏ। ପରେ ମୁଣ୍ଡବିନ୍ଧା, ଖାସ ଓ କଫ, ତଣ୍ଟି ଦରଜ, ଜ୍ଵର, କ୍ଲାନ୍ତି ଅନୁଭବ କରିବା ସହ ବାନ୍ତି କରିବା ଓ ନିଶ୍ଵାସ ନେବାରେ ଅସୁବିଧା ଭଳି ଲକ୍ଷଣ ଦେଖାଯାଇଥାଏ।

କୋରୋନା ଭାଇରସ୍‌କୁ ବ୍ୟାପିବାକୁ କିପରି ରୋକିବା?

ଏହି ଭୟଙ୍କର ଭାଇରସ୍‌କୁ ବ୍ୟାପିବାରୁ ରୋକିବା ନିହାତି ଆବଶ୍ୟକ। ଏନେଇ ଡବ୍ଲୁଏଚ୍‌ଓ ଗାଇଡ୍‌ଲାଇନ୍‌ ଜାରି କରିଛି।

  • ଏଥିରେ ଆକ୍ରାନ୍ତ ଥିବା ରୋଗୀଙ୍କର ସଠିକ ଭାବେ ଦାୟିତ୍ଵ ନେବା ଆବଶ୍ୟକ।
  • ଶ୍ଵାସଜନିତ ରୋଗରେ ପୀଡ଼ିତ ଲୋକଙ୍କଠାରୁ ନିଜକୁ ଦୂରେଇ ରଖିବା ଉଚିତ୍‌।
  • ଯେଉଁଠାରେ ଏହି ରୋଗର ପ୍ରଭାବ ରହିଛି ସେଠାକୁ ଯାତ୍ରା ନକରିବା ଦରକାର।
  • ହାତକୁ ସଠିକ ଭାବେ ଧୋଇବା ସହ ସଫାସୁତରା ରହିବା ପ୍ରତି ଧ୍ୟାନ ଦେବା ଆବଶ୍ୟକ।
  • କାଶିବା ଓ ଛିଙ୍କିବା ବେଳେ ମୁହଁରେ କପଡ଼ା ଦେବା ଉଚିତ୍‌।
  • ନିଜ ହାତରେ ବାରମ୍ଵାର ଆଖି, ନାକ ଓ ମୁହଁକୁ ବାରମ୍ଵାର ଛୁଅନ୍ତୁ ନାହିଁ।

ଏହି ରୋଗରେ ଆକ୍ରାନ୍ତ ଲୋକଙ୍କୁ ଭଲ କରିବା ପାଇଁ ଏଯାଏଁ କୌଣସି ମେଡିସିନ ବାହାରିନାହିଁ। ହେଲେ ଆମେରିକାରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ହେଲ୍‌ଥ ପକ୍ଷରୁ କୋରୋନା ଭାଇରସ୍‌କୁ ରୋକିବାକୁ ଏକ ଟୀକା ତିଆରି କରାଯାଉଛି। ଆଗାମୀ ୩ ମାସ ମଧ୍ୟରେ ଏହା ଲୋକମାନଙ୍କ ଉପରେ ଟ୍ରାଏଲ କରାଯିବ ବୋଲି ସୂଚନା ମିଳିଛି।

Comment