ଓଡ଼ିଶାଲାଇଭ୍ ବ୍ୟୁରୋ

କେରଳରେ ପୁଣି ଚିହ୍ନଟ ହେଲେ କୋରୋନା ଭାଇରସ ରୋଗୀ। ଏନେଇ ରବିବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏଥସହିତ କେରଳରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି। ଏହା ପୂର୍ବରୁ ଆଉ ଜଣେ କେରଳୀ ଛାତ୍ର କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ।

କୋରୋନା ଭାଇରସ ଚୀନରୁ ଏବେ ଭାରତରେ ବ୍ୟାପିବାକୁ ଆରମ୍ଭ କରିଦେଇଛି। ଏଥିପାଇଁ ଦେଶର ୩୨୬ଟି ବିମାନବନ୍ଦରରେ ଯାତ୍ରୀମାନଙ୍କର ସ୍କିନିଂ କରାଯାଉଛି। ଏପରିକି ଚୀନରେ ଥିବା ଭାରତୀୟ ଛାତ୍ରମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଫେରାଇ ଅଣାଯାଇଛି।

ବର୍ତ୍ତମାନ ଚୀନରେ କୋରୋନା ଭାଇରସରେ ପ୍ରାୟ ୩ଶହରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି।

Comment