ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ୮୮ ବର୍ଷ ତଳେ ଜେଆରଡି ଟାଟା ଯେଉଁ ଏୟାର ଲାଇନ୍ସର ମୂଳଦୁଆ ପକାଇଥିଲେ ତାହା ଆଜି ପୁଣି ତାଙ୍କ କମ୍ପାନି ପାଖକୁ ଫେରି ଆସିବା ଜଳଜଳ ଦେଖାଯାଉଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏୟାର ଇଣ୍ଡିଆ ପାଇଁ ମାର୍ଚ୍ଚ ୧୭ ତାରିଖ ମଧ୍ୟରେ ଟେଣ୍ଡର ପକାଇବାକୁ ହେବ। ଟାଟା କମ୍ପାନି ଏୟାର ଇଣ୍ଡିଆକୁ କିଣିବା ପାଇଁ ଏକରକମ ମନସ୍ଥ କରି ସାରିଛି ଏବଂ ଏଥିପାଇଁ ଯାବତୀୟ କାଗଜପତ୍ର ଦାଖଲ କରିବା ପାଇଁ ପ୍ରସ୍ତୁତ ହେଉଛି।

ଖବର ଅନୁସାରେ ସିଙ୍ଗାପୁର ଏୟାର ଲାଇନ୍ସ ସହ ମିଶି ଟାଟା ଟେଣ୍ଡର ପକାଇବ। ଉଭୟ କମ୍ପାନି ଏୟାର ଇଣ୍ଡିଆର ଅଧିଗ୍ରହଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।

୧୯୩୨ରେ ଜେଆରଡି ଟାଟା ଏହାକୁ ଆରମ୍ଭ କରିଥିଲେ ଓ ୧୯୪୬ରେ ଭାରତ ସରକାର ଏହି ବିମାନ ଚାଳନା କମ୍ପାନିର ଜାତୀୟକରଣ କରିଥିଲେ। ପ୍ରଥମରୁ ଏହା ଟାଟା ଏୟାରଲାଇନ୍ସ ନାମରେ ପରିଚିତ ଥିଲା। କିନ୍ତୁ ପରେ ଏହା ଏୟାର ଇଣ୍ଡିଆ ହେଲା। ଏବେ ସେହି ଏୟାର ଇଣ୍ଡିଆ ଘର ୱାପସି କରିବା ଦେଖା ଯାଉଛି। ଏୟାର ଇଣ୍ଡିଆକୁ ପାଇବା ପାଇଁ ଟାଟା କମ୍ପାନି ତାର ସମସ୍ତ ଉଦ୍ୟମ ଜାରି ରଖିଥିବା କୁହାଯାଉଛି।

Comment