ଓଡ଼ିଶାଲାଇଭ୍‌ ବ୍ୟୁରୋ

ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (SBI)ରେ ବିଭିନ୍ନ ପଦବୀରେ ନିଯୁକ୍ତି ସୁଯୋଗ। ୧୦୬ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଉଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଫେବ୍ରୁଆରି ୧୨।

ଡେପୁଟି ମ୍ୟାନେଜର (ଲ’) – (୪୫ଟି ପଦବୀ):

ଶିକ୍ଷାଗତ ଯୋଗ୍ୟତା– ଭାରତର ଯେକୌଣସି ୟୁନିର୍ଭସିଟିରୁ ଲ’ରେ ୩ କିମ୍ବା ୫ ବର୍ଷର ଡିଗ୍ରୀ ହାସଲ କରିଥିବେ।

ବୟସ ସୀମା– ୨୦୧୯ ଅକ୍ଟୋବର ୩୧ ସୁଦ୍ଧା ୩୫ ବର୍ଷ (୮ ବର୍ଷର ଅଭିଜ୍ଞତା ଥିଲେ ୪୨ ବର୍ଷ)

ଦରମା– ୩୧ ହଜାର ୭୦୫ରୁ ୪୫ ହଜାର ୯୫୦ ଟଙ୍କା

ସିନିୟର ସ୍ପେଶାଲ୍‌ ଏକ୍ସିକ୍ୟୁଟିଭ୍‌ (ଡାଟା ଆନାଲିଷ୍ଟ) – (୧ଟି ପଦବୀ):

ଶିକ୍ଷାଗତ ଯୋଗ୍ୟତା– ସ୍ଟାଟିଷ୍ଟିକ୍ସ/ଗଣିତ/ଅର୍ଥନୀତିରେ ୬୦ ପ୍ରତିଶତ ସହ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ବୟସ ସୀମା– ୨୦୧୯ ଜୁଲାଇ ୩୧ ସୁଦ୍ଧା ୩୭ ବର୍ଷରୁ କମ୍‌ ବୟସ୍କ ହୋଇଥିବା ଦରକାର।

ଦରମା– ବାର୍ଷିକ ୧୦ରୁ ୧୪ ଲକ୍ଷ

ସିନିୟର ଏକ୍ସିକ୍ୟୁଟିଭ୍‌ (ସ୍ଟାଟିଷ୍ଟିକ୍ସ) – (୧ଟି ପଦବୀ):

ଶିକ୍ଷାଗତ ଯୋଗ୍ୟତା– ସ୍ଟାଟିଷ୍ଟିକ୍ସ/ଗଣିତ/ଅର୍ଥନୀତିରେ ୬୦ ପ୍ରତିଶତ ସହ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ବୟସ ସୀମା– ୨୦୧୯ ଜୁଲାଇ ୩୧ ସୁଦ୍ଧା ୩୫ ବର୍ଷରୁ କମ୍‌ ବୟସ୍କ ହୋଇଥିବେ।

ଦରମା– ବାର୍ଷିକ ୯ରୁ ୧୩ ଲକ୍ଷ

ଡିଫେନ୍ସ ବ୍ୟାଙ୍କିଙ୍ଗ୍‌ ଆଡଭାଇଜର୍‌ (ଆକାଶ ଏବଂ ସ୍ଥଳସେନା) – (୨ଟି ପଦବୀ):

ଶିକ୍ଷାଗତ ଯୋଗ୍ୟତା– ୨୦୨୦ ଜାନୁଆରି ୩୧ ସୁଦ୍ଧା ଏୟାର ଭାଇସ୍‌ ମାର୍ସଲ (ଏୟାର ଫୋର୍ସ- DBA) କିମ୍ବା ଉଚ୍ଚ ପଦବୀରୁ ଅବସର ନେଇଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ।

ବୟସ ସୀମା– ୨୦୨୦ ଜାନୁଆରି ୩୧ ସୁଦ୍ଧା ୬୨ ବର୍ଷରୁ କମ୍‌ ବୟସ୍କ

ଦରମା– ୧୦, ୦୦, ୦୦୦ ଟଙ୍କା

ସରକଲ୍‌ ଡିଫେନ୍ସ ବ୍ୟାଙ୍କିଙ୍ଗ୍‌ ଆଡଭାଇଜର୍‌- (ଦୁଇଟି ପଦବୀ):

ଶିକ୍ଷାଗତ ଯୋଗ୍ୟତା– ୨୦୨୦ ଜାନୁଆରି ୩୧ ସୁଦ୍ଧା ମେଜର୍‌ ଜେନେରାଲ/ବ୍ରିଗେଡିୟର ପଦବୀରୁ ଆବସର ନେଇଥିବା ଆବଶ୍ୟକ।

ବୟସ ସୀମା– ୨୦୨୦ ଜାନୁଆରି ୩୧ ସୁଦ୍ଧା ୬୦ ବର୍ଷରୁ କମ୍‌ ବୟସ୍କ

ଦରମା– ୮୦,୦୦୦ ଟଙ୍କା

ଏଚ୍‌ଆର୍‌ ସ୍ପେଶିଆଲିଶ୍ଟ- (୧ଟି ପଦବୀ):

ଶିକ୍ଷାଗତ ଯୋଗ୍ୟତା– ୨୦୧୯ ସେପ୍ଟେମ୍ବର ୩୦ ସୁଦ୍ଧା ଏମ୍‌ବିଏ/ପିଜିଡିଏମ୍‌ କିମ୍ବା ସମକକ୍ଷକ ଡିଗ୍ରୀ (ଏଚ୍‌ଆର୍‌ ସ୍ପେଶିଆଲାଇଜେସନ୍‌) ହାସଲ କରିଥିବେ।

ବୟସ ସୀମା– ୨୦୧୯ ସେପ୍ଟେମ୍ବର ୩୦ ସୁଦ୍ଧା ୩୫ବର୍ଷରୁ କମ୍‌ ବୟସ୍କ

ଦରମା– ୪୨,୦୨୦ରୁ ୫୧,୪୯୦ ଟଙ୍କା

ମ୍ୟାନେଜର (ଡାଟା ସାଇଣ୍ଟିଷ୍ଟ) – (୧୦ଟି ପଦବୀ):

ଶିକ୍ଷାଗତ ଯୋଗ୍ୟତା– କମ୍ପ୍ୟୁଟର ସାଇନ୍ସ/ଆଇଟି/ଡାଟା ସାଇନ୍ସ/ମେସିନ୍‌ ଲର୍ଣ୍ଣିଂ ଆଣ୍ଡ ଏଆଇରେ ୬୦% ସହ ବି.ଟେକ୍‌/ଏମ୍‌.ଟେକ୍‌ କରିଥିବା ଆବଶ୍ୟକ।

ବୟସ ସୀମା– ୨୦୧୯ ଡିସେମ୍ବର ୩୧ ସୁଦ୍ଧା ୩୫ ବର୍ଷରୁ କମ୍‌ ବୟସ୍କ ବ୍ୟକ୍ତି

ଦରମା– ୪୨,୦୨୦ରୁ ୫୧,୪୯୦ ଟଙ୍କା

ଡେପୁଟି ମ୍ୟାନେଜର (ଡାଟା ସାଇଣ୍ଟିଷ୍ଟ) -(୧୦ଟି ପଦବୀ):

ଶିକ୍ଷାଗତ ଯୋଗ୍ୟତା– କମ୍ପ୍ୟୁଟର ସାଇନ୍ସ/ଆଇଟି/ଡାଟା ସାଇନ୍ସ/ମେସିନ୍‌ ଲର୍ଣ୍ଣିଂ ଆଣ୍ଡ ଏଆଇରେ ୬୦% ସହ ବି.ଟେକ୍‌/ଏମ୍‌.ଟେକ୍‌ କରିଥିବା ଆବଶ୍ୟକ।

ବୟସ ସୀମା– ୨୦୧୯ ଡିସେମ୍ବର ୩୧ ସୁଦ୍ଧା ୩୨ ବର୍ଷରୁ କମ୍‌ ବୟସ୍କ ବ୍ୟକ୍ତି

ଦରମା– ୩୧,୭୦୫ରୁ ୪୫,୯୫୦ଟଙ୍କା

ଡେପୁଟି ମ୍ୟାନେଜର (ସିଷ୍ଟମ ଅଫିସର) – (୫ଟି ପଦବୀ):

ଶିକ୍ଷାଗତ ଯୋଗ୍ୟତା– କମ୍ପ୍ୟୁଟର ସାଇନ୍ସ/ଆଇଟି/ଡାଟା ସାଇନ୍ସ/ମେସିନ୍‌ ଲର୍ଣ୍ଣିଂ ଆଣ୍ଡ ଏଆଇରେ ୬୦% ସହ ବି.ଟେକ୍‌/ଏମ୍‌.ଟେକ୍‌ କରିଥିବା ଆବଶ୍ୟକ।

ବୟସ ସୀମା– ୨୦୧୯ ଡିସେମ୍ବର ୩୧ ସୁଦ୍ଧା ୩୨ ବର୍ଷରୁ କମ୍‌ ବୟସ୍କ ବ୍ୟକ୍ତି

ଦରମା– ୩୧,୭୦୫ରୁ ୪୫,୯୫୦ଟଙ୍କା

ଆର୍‌ମୋରସ୍‌ – (୨୯ ପଦବୀ)

ଶିକ୍ଷାଗତ ଯୋଗ୍ୟତା – +୨ ପାସ୍‌ କରିଥିବେ ଅଥବା ସମକକ୍ଷକ ଆର୍ମ୍ଡ ଫୋର୍ସେସ୍‌ ସାର୍ଟିଫିକେଟ ହାସଲ କରିଥିବେ।

ବୟସ ସୀମା – ୨୦୧୯ ସେପ୍ଟେମ୍ବର ୩୦ ସୁଦ୍ଧା ୪୫ ବର୍ଷରୁ କମ୍‌ ବୟସ ହୋଇଥିବା ଦରକାର।

ଆବେଦନ ପ୍ରକ୍ରିୟା:

ଆବେଦକାରୀମାନେ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ଆବେଦନପତ୍ର ପୂରଣ କରିବା ସହ ନିଜର ବାୟୋଡାଟା, ଶିକ୍ଷାଗତ ପ୍ରମାଣପତ୍ର, ଫଟୋ ଏବଂ ଦସ୍ତଖତର ସ୍କାନକପିକୁ ଅପ୍‌ଲୋଡ୍‌ କରିବାକୁ ହେବ।

ଆବେଦନ ଫିସ୍‌– ୭୫୦ ଟଙ୍କା (ଏସ୍‌ସି/ଏସ୍‌ଟି/ଭିନ୍ନକ୍ଷମ/ଏକ୍ସ-ସର୍ଭିସମ୍ୟାନଙ୍କ ପାଇଁ କୌଣସି ଶୁଳ୍କ ଲାଗୁ ହେବ ନାହିଁ)

ଏହି ପଦବୀ ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବା ପାଇଁ www.sbi.co.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

Comment